ଏଣିକି ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ସ୍ୱତନ୍ତ୍ର ଭାବେ ପଢ଼ାଇବା ପାଇଁ ଏସଓପି ଜାରି ହୋଇଛି। ଏ ନେଇ ସବୁ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ। ପାଠ୍ୟକ୍ରମ ପ୍ରସ୍ତୁତ କରି ଇ-ଲାଇବ୍ରେରୀ ଓ ବିଭାଗୀୟ ପୋର୍ଟାଲରେ ଅପଲୋଡ଼ ହେବ। ସ୍କୁଲ ଅଧ୍ୟକ୍ଷ ହ୍ଵାଟସଆପ ଗ୍ରୁପ କରି ଶିକ୍ଷାଦାନର ଭିଡ଼ିଓ ଅପଲୋଡ଼ କରିବେ। ଏଥି ସହ ସ୍କୁଲ ଅଧ୍ୟକ୍ଷମାନେ ପ୍ରତି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଫୋନ ନମ୍ବର ସଂଗ୍ରହ କରି ହ୍ଵାଟସଆପ ଗ୍ରୁପରେ ଯୋଡ଼ିବେ। ଦ୍ବନ୍ଦ୍ୱ ଦୂର ପାଇଁ ସବୁ ସମୟରେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ଅଧ୍ୟକ୍ଷ ଫୋନରେ ଯୋଗାଯୋଗର ରହିବେ। ଶିକ୍ଷକମାନେ ପାଠପଢ଼ାର ଦୈନିକ ରିପୋର୍ଟ ସ୍କୁଲ ଅଧ୍ୟକ୍ଷଙ୍କୁ ପ୍ରଦାନ କରିବା ବାଧ୍ୟତାମୂଳକ। ସେମାନେ ଏହାର ସମୀକ୍ଷା କରି ଜିଲ୍ଲାପାଳମାନଙ୍କ ପାଖକୁ ପଠାଇବେ। ଜିଲ୍ଲାପାଳଙ୍କ ଜରିଆରେ ଏହା ବିଭାଗ ପାଖକୁ ପଠାଯିବ, ଯାହାର ସମୀକ୍ଷା କରି ରେକର୍ଡ ଓ ଗାଇଡାନ୍ସ ପାଇଁ ବ୍ୟବହାର କରାଯିବ।
ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ସ୍ୱତନ୍ତ୍ର ଭାବେ ପଢ଼ାଇବା ପାଇଁ ଏସଓପି ଜାରି

ଅର୍ଗସ ବ୍ୟୁରୋ : ମହାମାରୀ କରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଲକଡାଉନ, ସଟଡାଉନ କଟକଣା ଜାରି ରହିଛି। ଯାହାର ଗଭୀର ପ୍ରଭାବ ଶିକ୍ଷା ବ୍ୟବସ୍ଥା ଉପରେ ପଡ଼ିଛି। ସ୍କୁଲ, କଲେଜ ସବୁ ବନ୍ଦ ଥିବା କାରଣରୁ ଏବେ ଚାତ୍ରଛାତ୍ରୀମାନଙ୍କୁ କେବଳ ଅନଲାଇନ ପାଠପଢା ସାହା। ତେବେ ଅନଲାଇନରେ ପାଠପଢା ପ୍ରକ୍ରିୟାରେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କୁ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ଏସଓପି ଜାରି କଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ।
Download Argus News App
