ଏହାପରେ ତାଙ୍କର ମୃତ୍ୟୁ ହୋଇଥିବା ସେମାନେ ଜାଣିବାକୁ ପାଇଥିଲେ । ତେବେ ପ୍ରଥମେ ଆଶା ଏବଂ ANM ଖବରପାଇ ଯାଇଥିଲେ । ରମାକାନ୍ତଙ୍କ ମୃତ୍ୟୁ ହୋଇଥିବା ଘଟଣା ପରିବାର ଲୋକେ ଜାଣିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ରମାକାନ୍ତଙ୍କ କୌଣସି କରୋନା ଲକ୍ଷଣ ନଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିବା ସହ ଟିଏମସି କେନ୍ଦ୍ରରେ ତାଲା ପକାଇ ଦେଇଥିଲେ । ତେବେ ଆଶା କର୍ମୀ ଓ ANM ପାଚେରୀ ଡେଇଁ ପଳାଇ ଯାଉଥିବା ବେଳେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିଲେ । ଖବର ପାଇ ଘଟଣା ସ୍ଥଳରେ ଭୋଗରାଇ ପୋଲିସ , ତହସିଲଦାର , ବିଡ଼ିଓ, ଡାକ୍ତର ଟିମ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛନ୍ତି ।
କେବଳ ଯେ ଏହି ଘଟଣା ନୁହେଁ ବାରମ୍ବାର ରାଜ୍ୟର ବିଭିନ୍ନ ସ୍ଥାନରୁ କ୍ବାରେନଣ୍ଟାଇନ ସେଣ୍ଟରକୁ ନେଇ ଅବ୍ୟବସ୍ଥାର ଖବର ଆସୁଛି । କିନ୍ତୁ ଏଦିଗରେ ଜିଲ୍ଲା ପ୍ରଶାସନ କିମ୍ବା କ୍ବାରେନଣ୍ଟାଇନ ସେଣ୍ଟରର ଅଧିକାରୀଙ୍କ କାର୍ୟ୍ୟାନୁଷ୍ଠାନ ଶୂନ । ଏପରିକି ରାଜ୍ୟ ସରକାରବି ପୁରାପୁରି ଚୁପ । ଏଭଳି ଖବର ପରେ ଯେମିତି ଲାଗୁଛି କରୋନା ମୁକାବିଲା କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଫେଲ ମାରିଛନ୍ତି ।