୮ ସ୍ଥାନୀୟ ସଂକ୍ରମଣ ମଧ୍ୟରୁ ଦରଗା ବଜାର, ବେହେରା ସାହି, ରେଭେନ୍ସା ବିଶ୍ୱବିଦ୍ୟାଳୟ, ଶଙ୍କରପୁର, ତୁଳସିପୁର, ଓଡ଼ିଆ ବଜାରରୁ ଜଣେ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨ ବର୍ଷୀୟ ବାଳକ ଓ ଜଣେ ୮୮ ବର୍ଷୀୟ ମହିଳା ଓଡ଼ିଆ ବଜାରରୁ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ୱର: କଟକରେ ଆଜି ୫୭ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୩୬ ଜଣ ହୋମ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୧୧ ଜଣ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନ୍ରେ ଥିଲେ । ଅନ୍ୟ ୧୦ ଜଣଙ୍କ ମଧ୍ୟରେ ୮ ଲୋକାଲ କଣ୍ଟାକ୍ଟ ଓ ଦୁଇଟି ମାମଲା ପେଡ୍ କ୍ୱାରେଣ୍ଟାଇନ୍ରୁ ଆସିଛି । ଏନେଇ କଟକ ମହାନଗର ନିଗମ ସୂଚନା ଦେଇଛି । ତେବେ ଆଜି କଟକ ଜିଲ୍ଲାରୁ ମୋଟ ୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
୮ ସ୍ଥାନୀୟ ସଂକ୍ରମଣ ମଧ୍ୟରୁ ଦରଗା ବଜାର, ବେହେରା ସାହି, ରେଭେନ୍ସା ବିଶ୍ୱବିଦ୍ୟାଳୟ, ଶଙ୍କରପୁର, ତୁଳସିପୁର, ଓଡ଼ିଆ ବଜାରରୁ ଜଣେ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨ ବର୍ଷୀୟ ବାଳକ ଓ ଜଣେ ୮୮ ବର୍ଷୀୟ ମହିଳା ଓଡ଼ିଆ ବଜାରରୁ ଚିହ୍ନଟ ହୋଇଛନ୍ତି ।
ସୁବର୍ଣ୍ଣପୁର: ସାଂଘାତିକ ରୂପ ନେଉଛି ଜେଲ କର୍ମଚାରୀଙ୍କ ଅନଶନ । ସୋମବାରଠାରୁ ଆନ୍ଦୋଳନରେ ବସିଥିବା ଜେଲ କର୍ମଚାରୀ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହେଉଛନ୍ତି । ବାରିପଦାରୁ ସୋନପୁର ସବୁଠି ସମାନ ଦୃଶ୍ୟ । ସୋନପୁର ସବ୍ ଜେଲରେ ଜେଲ କର୍ମଚାରୀଙ୍କ ଆମରଣ ଅନଶନ ଚାଲିଥିବାବେଳେ ଆଜି ଅନେକ ଜେଲ କର୍ମଚାରୀ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
ଦୁଇ ଦିନ ହେଲା ଆମରଣ ଅନଶନ ଚାଲିଥିବାବେଳେ କିଛି ଖାଇନଥିବାରୁ ଅସୁସ୍ଥ ଅନୁଭବ କରିବାରୁ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । 5 ଦଫା ଦାବି ଅନଶନରେ ବସିଛନ୍ତି ଜେଲ କର୍ମଚାରୀ । ସୋନପୁର ଜେଲର ୧୧ ଜଣ କର୍ମଚାରୀ ଅନଶନରେ ବସିଥିବାବେଳ ୭ ଜଣ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...
ଭୁବନେଶ୍ୱର: ଏସିଆନ ଗେମ 2022 । ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ । 25 ମିଟର ରାପିଡ଼ ଫାୟାର ପିସ୍ତଲ ସୁଟିଙ୍ଗରେ ସ୍ବର୍ଣ୍ଣ ଜିତିଲେ ଭାରତୀୟ ମହିଳା ଟିମ୍ । ପଦକ ସଂଖ୍ୟା 16 କୁ ବୃଦ୍ଧି ପାଇଛି । ଏହା ଭାରତର ଚତୃର୍ଥ ସ୍ବର୍ଣ୍ଣ ପଦକ । ଏପର୍ଯ୍ୟନ୍ତ 4 ଟି ସୁନା, 5 ଟି ରୌପ୍ୟ, 7 ଟି ବ୍ରୋଞ୍ଚ ପଦକ ମିଳିଛି ।
ଆହୁରି ପଢନ୍ତୁ ଖେଳ ଖବର...
ଅର୍ଗସ ବ୍ୟୁରୋ: ଇରାକରେ ଏକ ବିବାହ ଉତ୍ସବରେ ଅଗ୍ନିକାଣ୍ଡ ହୋଇଛି । ନିଆଁରେ ଜଳି 100 ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ରହିଛି । ଭୟଙ୍କର ଅଗ୍ନିକାଣ୍ଡରେ କନ୍ୟା ଓ ବର ମୃତ । 150 ରୁ ଅଧିକ ଆହତ ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ବିବାହ ମଣ୍ଡପରେ ଫସିଥିବା ଲୋକଙ୍କୁ ଉଦ୍ଧାର ଜାରି ରହିଛି । ଅଗ୍ନିଶମ କର୍ମଚାରୀଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବାଣ ଫୁଟିବାରୁ ବିବାହ ମଣ୍ଡପରେ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି ।
ଆହୁରି ପଢନ୍ତୁ ବିଦେଶ ଖବର...