ସରକାର ଏକ । ଉଦ୍ଦେଶ୍ୟ ବି ଏକ । କେମିତି ଛାତ୍ରଛାତ୍ରୀ ନିଜ ମାତୃଭାଷାକୁ ନେଇ ଗର୍ବ କରିବେ...ମାତୃ ଭାଷାକୁ ଆଗକୁ ନେବାକୁ ସାରଥୀ ସାଜିବେ ସେଥିପାଇଁ ଏତେ ବଡ ଭବ୍ୟ ଆୟୋଜନ । ଗୋଟେ ପଟେ ସଂସ୍କୃତିକୁ ସଜାଡିବାକୁ ପ୍ରୟାସ ହେଉଥିବାବେଳେ ଆରପଟେ ସଂସ୍କୃତି ବିଗାଡୁଛି ନୂଆ ଓ କାର୍ଯ୍ୟକ୍ରମ ।
କଲେଜ, ବ୍ଲକ , ଜିଲ୍ଲା ଓ ରାଜ୍ୟ ସ୍ତରରେ ଆୟୋଜନ ହେଉଛି ନୂଆ ଓ କାର୍ଯ୍ୟକ୍ରମ । ଏହାର ଉଦ୍ଦେଶ୍ୟ କଣ । କାହିଁକି ପରୀକ୍ଷା ସମୟରେ ଏହା ଆୟୋଜନ ହେଉଛି । ଠିକ୍ ନିର୍ବାଚନ ପୂର୍ବରୁ ଏସବୁ ମାନେ କଣ ବୋଲି ବାରମ୍ବାର ବିରୋଧର ସ୍ୱର ଉଛୁଠି ।
ଓଡିଆ ଭାଷା ବିଶ୍ୱ ସମ୍ମିଳନୀରେ ଦଦରା ଖଣ୍ଡିଆ ଓଡିଆ ପଢି ଓଡିଆ ଭାଷାକୁ ତ ଯାହା ବିକୃତ କଲେ, ଏବେ ନୂଆ ଓ ରେ ଏ ତେଲୁଗୁ ଗୀତକୁ ନେଇ ଚର୍ଚ୍ଚା ଜୋର୍ ଧରିଛି...
ରାଜ୍ୟ ଓଡିଶା...ଦର୍ଶକ ସାଜିଥିବା ପିଲା ବି ଓଡିଆ...କଳାକାର ବି ଓଡିଆ...ହେଲେ ତେଲୁଗୁ ଗୀତ ବାଜି କଣ ସାବ୍ୟସ୍ତ କରିବାକୁ ପ୍ରୟାସ କରାଯାଉଛି ତାକୁ ନେଇ ଉଠୁଛି ନାନା ପ୍ରଶ୍ନ । ପରୀକ୍ଷା ସମୟରେ ଏହି ନୂଆ ଓ କାର୍ଯ୍ୟକ୍ରମକୁ ନେଇ ସବୁଠି ଅସନ୍ତୋଷ ।
ସେପଟେ ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ନେଇ ସବୁବେଳେ ଚିନ୍ତିତ କେନ୍ଦ୍ର ସରକାର । ସମ୍ବଲପୁରରେ ଆଇଆଇଏମକୁ ମିଳିଛି ସ୍ଥାୟୀ କ୍ୟାମ୍ପସ । ୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କ୍ୟାମ୍ପସର ଲୋକପର୍ଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଏବଂ ଓଡ଼ିଶାର ବିକାଶ ଯାତ୍ରାରେ ଏହି ଦିନ ବେଶ ମହତ୍ତ୍ଵପୂର୍ଣ୍ଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଗୋଟେ ପଟେ କେନ୍ଦ୍ର ସରକାର ଶିକ୍ଷାକୁ ଗୁରୁତ୍ୱ ଦେଉଥିବାବେଳେ ଆର ପଟେ ରାଜ୍ୟ ସରକାର ନୂଆ ଓ କାର୍ଯ୍ୟକ୍ରମ କରି ଶିକ୍ଷାକୁ ବିଗାଡିବାରେ ଲାଗିଛନ୍ତି । ଯାହା ଖୁବ ବିଡମ୍ବନାର ବିଷୟ ...