କେନ୍ଦୁଝର ଗୋନାସିକା ପର୍ବତରୁ ବାହାରି ୩୪୪ କିଲୋମିଟର ପଥ ଅତିକ୍ରମ କରି ଭଦ୍ରକ-ଚାନ୍ଦବାଲିରେ ସମୁଦ୍ରରେ ଲୀନ ହୋଇଛି ବୈତରଣୀ।ହେଲେ ଆଜିର ଏହି ନଦୀର ସ୍ଥିତି ଏପରିକି ଉପର ମୁଣ୍ଡରେ ସ୍ଲରୀ ପାଇପ ମାଧ୍ୟମରେ କମ୍ପାନୀ ପାଣି ଶୋଷି ନେଉଥିବା ବେଳେ ତଳ ମୁଣ୍ଡରେ ମାଫିଆ ମାନେ ବାଲି ତାଡି ନେଇ ମାଟି ଦେଖେଇ ଦେଲେଣି । ଯାହା ନଦୀକୁ ସମ୍ପୁର୍ଣ୍ଣ ଭାବେ ମୃତ କରିଦେବ ବୋଲି ବିଶେଷଜ୍ଞ ମାନେ ମତପ୍ରକାଶ କରିଛନ୍ତି ।
କେନ୍ଦୁଝରରୁ ବାହାରିଥିବା ବୈତରଣୀ ନଦୀ ଯୋଡ଼ା ଚମ୍ପୁଆ ବ୍ଲକ ଦେଇ ଆସୁଥିବା ବେଳେ ଏକାଧିକ ଖଣି ଓ ଶିଳ୍ପ ସଂସ୍ଥା ବୈତରଣୀ ନଦୀର ପାଣିକୁ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରୁଛନ୍ତି । ସେଥିମଧ୍ୟରୁ ଲୁହାପଥର ଗୁଣ୍ଡ ପରିବହନ କ୍ଷେତ୍ରରେ ସର୍ବାଧିକ ପାଣି ବ୍ୟବହାର କରୁଛନ୍ତି ଅନେକ ଶିଳ୍ପସଂସ୍ଥା ।
ଖାଲି ସେତିକି ନୁହେଁ ଯାଜପୁରରେ ନଦୀ ଗର୍ଭରେ ନିର୍ମାଣ ହେଉଥିବା ବିଭିନ୍ନ ବେଆଇନ ପ୍ରକଳ୍ପ ସହ ବେଆଇନ ବାଲି ଉଠାଣ ବୈତରଣୀ ଅକାଳ ମୃତୁର କାରଣ ହେବ । ତ୍ରିକୋଣୀୟ ମେଳିରେ ଦିବାରାତ୍ର ବାଲି ମାଫିଆ ମାନେ ନଦୀ ଶଯ୍ୟାକୁ ଖୋଳି ଖୋଳି ପଙ୍କ ବାହାର କରିଦେଲେଣି ଆଉ ନଦୀ ମଧ୍ୟରେ ଏବେ ଗୋରୁଗାଈ ଚରୁଛନ୍ତି। ମାଫିଆ ଓ ପ୍ରଶାସନର ବେଆଇନ ବାଲି ଉତ୍ତୋଳନ ସାଙ୍ଗକୁ ବେଆଇନ କାର୍ଯ୍ୟ ବୈତରଣୀ ଅକାଳ ମୃତୁର ହୋଇପାରେ ଆଉ ଏକ ପ୍ରମୁଖ କାରଣ ।
ରାଜ୍ୟରେ ନଦୀସମ୍ପଦ ବିପଦରେ । ଶିଳ୍ପସଂସ୍ଥା ଓ ବାଲି ମାଫିଆଙ୍କ ଖେଳ ପାଇଁ ଆଗାମୀ ଦିନରେ ସାରା ଓଡିଶା ବାସୀଙ୍କ ପାଇଁ ଯେ, କାଳ ନ ହେବ ଏକଥା କିଏ କହିବ। ।