ଏଥିରେ ଦୀନବନ୍ଧୁ ପ୍ରତିବାଦ କରିବାରୁ ତାଙ୍କୁ ଭୁଜାଲି ଏବଂ ଲୁହା ରଡ଼ରେ ଆକ୍ରମଣ କରିଥିଲେ। ଦୀନବନ୍ଧୁ ସଂଜ୍ଞାହୀନ ହୋଇ ପଡିବାରୁ ତାଙ୍କୁ ଦୁର୍ବୁତ୍ତ ମାନେ ଛାଡି ପଳାଇ ଯାଇଥିଲେ । ପରେ ଦୀନବନ୍ଧୁଙ୍କୁ ଗୁରୁତର ଭାବେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଭର୍ତ୍ତି କରାଯାଇଛି । ଏ ନେଇ ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
କ୍ଲିନିକ କର୍ମଚାରୀଙ୍କ ଠାରୁ ଛିନତାଇ

ଅର୍ଗସ ବ୍ୟୁରୋ : ଭଦ୍ରକ କ୍ଲିନିକ କର୍ମଚାରୀଙ୍କ ଠାରୁ ଛିନତାଇ କରିବା ଏବଂ ପରେ ତାଙ୍କୁ ମରନାନ୍ତକ ଆକ୍ରମଣ କରି ଦୁର୍ବୁତ୍ତ ମାନେ ଫେରାର । ଏପରି ଘଟଣା ଘଟିଛି ଭଦ୍ରକ ସହରାଞ୍ଚଳ ଥାନା ଅଧିନସ୍ତ ଚରମ୍ପା କେନାଲ ବନ୍ଧ ନିକଟରେ । ଗତକାଲି ରାତିରେ ଚରମ୍ପା ବରାଳ ପୋଖରୀ ଅଞ୍ଚଳର ଦିନବନ୍ଧୁ ଦାଶ ନାମକ ଜଣେ ଯୁବକ ଭଦ୍ରକ ସହରସ୍ତ ଏକ କ୍ଲିନିକରୁ କାର୍ଯ୍ୟ ସାରି ଜଣେ ସାଙ୍ଗଙ୍କ ସହିତ ନିଜ ଘରକୁ ଫେରୁଥିବା ବେଳେ ଚରମ୍ପା କେନାଲ ବନ୍ଧ ନିକଟ ରେ 5 ରୁ ଉର୍ଦ୍ଧ ଯୁବକ ମାନେ ଦୀନବନ୍ଧୁଙ୍କୁ ଅଟକାଇ ଟଙ୍କା ଛଡାଇ ନେବା ସହିତ ସେ ପିନ୍ଧିଥିବା ସୁନା ଚେନ ଏବଂ ଘଣ୍ଟାକୁ ଛିଡାଇ ନେଇଥିଲେ ।
Download Argus News App
