ସୂଚନାନୁଯାୟୀ, ସକାଳୁ ସଟଡାଉନ ପାଇଁ ବଜାରରେ ଚେକିଂ କରୁଥିବା ସମୟରେ ଜଣେ ଅମାନିଆ ଯୁବକ ବିନା ମାସ୍କରେ ବଜାର ଆସିଥିଲେ । ପୋଲିସ ପଚରାଉଚରା କରିବା ଭିତରେ ଯୁବକ ଜଣଙ୍କ ଧାରୁଆ ଅସ୍ତ୍ରରେ ପୋଲିସକୁ ଆକ୍ରମଣ କରିଥିଲା । ଏଥିରେ ଜଣେ ପୋଲିସ ଆହତ ହୋଇଛନ୍ତି । ତେବେ ଆକ୍ରମଣକାରୀକୁ ପୋଲିସ ଗିରଫ କରିଥିବା ଜଣାପଡିଛି ।
ମାସ୍କ ଚେକିଂ ବେଳେ ପୋଲିସକୁ ଛୁରା ମାଡ

ପୁରୀ: ମାସ୍କ ଚେକିଂ ବେଳେ ପୋଲିସକୁ ଛୁରା ମାଡ । ସଟଡାଉନରେ ବିନା ମାସ୍କରେ କାହିଁକି ବଜାର ଆସିଛ ପଚାରିବାରୁ ଆକ୍ରମଣର ଶିକାର ହେଲେ ପୋଲିସ ଅଧିକାରୀ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପିପିଲି ବଳଙ୍ଗାରେ ।
Download Argus News App
