ଏହା ସହ ସନ୍ଧ୍ୟା ସମୟରେ ୧୦୮ ନୈଷ୍ଠିକ ବ୍ରାହ୍ମଣଙ୍କ ଦ୍ଵାରା ହରିହାଟ ମହୋର୍ସବ ହେବା ସହ ନାମ ସଂକୀର୍ତ୍ତନରେ ମନ୍ଦିର ପରିବେଶ ମଧ୍ୟରେ ଏକ ଆଧ୍ୟାତ୍ମ୍ୟ ଭାବନା ଭରି ଉଠେ । ଆଜି ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନଙ୍କ ସମାବେଶରେ ସମଗ୍ର ଆଳି ଅଞ୍ଚଳ ଉତ୍ସଵ ମୁଖର ହୋଇଉଠିଛି । ଆଳି ଅଞ୍ଚଳର ଆରାଧ୍ୟ ଦେବତା କହିଲେ ପ୍ରଭୁ ଲଷ୍ମୀବରାହ । ତେଣୁ ବରାହ ଦ୍ୱାଦଶୀରେ ଆଳି ଚଳଚଞ୍ଚଳ ହୋଇପଡେ । ଛୋଟରୁ ବଡ଼ ସମସ୍ତେ ସାମିଲ ହୁଅନ୍ତି ପ୍ରଭୂଙ୍କ ଜନ୍ମଦିନକୁ ଭବ୍ୟ ଆଡମ୍ବରରେ ପାଳନ କରାଯାଏ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୋଲିସ ମଧ୍ୟ ଆଜିର ଭିଡ଼କୁ ଲକ୍ଷ୍ୟ କରି ପୁରା ସଜାଗ ରହିଥାଏ । କାରଣ ଆଜିର ଦିନରେ ପାଖାପାଖି ୫୦ ହାଜରରୁ ଉର୍ଦ୍ଧ ଲୋକମାନଙ୍କ ଜନସାମାଗମକୁ ଲକ୍ଷ୍ୟ କରି ପୋଲିସ ପୁରା ପ୍ରସ୍ତୁତ ଥିବା ଦେଖିବାକୁ ମିଳେ । ଲୋକମାନଙ୍କ କେବଳ ଆସ୍ଥା ରହିଛି ତାହା ନୁହେଁ ସେମାନଙ୍କ ବିଶ୍ୱାସ ରହିଛି ଯେ ବରାହ ଦ୍ୱାଦଶୀ ଦିନ ପ୍ରଭୁ ଶ୍ରୀ ଲଷ୍ମୀବରାହ ଜୀଉଙ୍କୁ ସପରିବାରେ ଦର୍ଶନ କଲେ ଠାକୁରଙ୍କ କୃପାଦୃଷ୍ଟି ପଡେ ଓ ଭକ୍ତଙ୍କୁ ଶୁଭଫଳ ମିଳେ ବୋଲି ସାଧାରଣ ଭକ୍ତ ଙ୍କ ବିଶ୍ୱାସ ଓ ଭରସା ରହିଛି ଯାହା ଏହି ଦିନରେ ଦେଖିବାକୁ ମିଳିଥିଲା ।