ଶ୍ରୀ ଜଗନ୍ନାଥଙ୍କ ପତିତପାବନ ବାନା ପରିବର୍ତ୍ତନ
ରାଜଧାନୀର ଯୁବକଙ୍କ ନିଆରା ପ୍ରୟାସ, ଉଦ୍ଭାବନ କଲେ ଅଟୋମେଟିକ୍ ସାନିଟାଇଜର ଚାମ୍ବର
ଭୁବନେଶ୍ଵର : ଦିନକୁ ଦିନ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କୋରୋନା ମୁକାବିଲା ପାଇଁ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ମିଳିତ ଭାବରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ବିଶେଷ କରି ରାସ୍ତାଘାଟ ସାନିଟାଇଜ କରିବା ଉପରେ ଗୁରୁତ୍ଵ ଦିଆଯାଉଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଭୁବନେଶ୍ଵରର ଜଣେ ଯୁବ ବୈଜ୍ଞାନିକ ଏକ ଅଭିନବ ପ୍ରୟାସ କରିଛନ୍ତି। ମହାମାରୀ କୋରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏହି ଯୁବକ ଜଣ ଉଦ୍ଭାବନ କରିଛନ୍ତି ଏକ ସ୍ଵୟଂଚାଳିତ ସାନିଟାଇଜର ମେସିନ। ଏହି ଯୁବକ ଜଣଙ୍କ ହେଉଛନ୍ତି ନିଳାଦ୍ରୀବିହାର ଅଞ୍ଚଳର ଶକ୍ତିପ୍ରସାଦ ସାହୁ। ତେବେ ସେ ଯେଉଁ ମେସିନ ଉଦ୍ଭାବନ କରିଛନ୍ତି ତାହା ସାହାଯ୍ୟରେ ମଣିଷକୁ ଅଟୋମେଟିକ ସାନିଟାଇଜ କରିହେବ।
ଶକ୍ତିପ୍ରସାଦ ପ୍ଲାଷ୍ଟିକର ଉପଯୋଗ କରି ଏକ ଘର ଭଳି ଚାମ୍ବର ପ୍ରସ୍ତୁତ କରିଛନ୍ତି। ଜଳରେ ସୋଡିୟମ ହାଇପୋକ୍ଲୋରାଇଡ୍ ମିଶାଇ ଏହି ଚାମ୍ବର ଭିତରେ ବିଭିନ୍ନ କୋଣରେ 4ଟି ସ୍ପ୍ରିଙ୍କଲର ଲଗାଇଛନ୍ତି। ଏହି ଚାମ୍ବର ଭିତରକୁ ଜଣେ ବ୍ୟକ୍ତି ପ୍ରବେଶ କରିବା ମାତ୍ରେ ସ୍ଵୟଂଚାଳିତ ସାନିଟାଇଜର ଚାମ୍ବର ଖୋଲିବା ସହ ସ୍ପିଙ୍କଲର କାମ କରିବ। ଏହା ପ୍ରାୟ 10 ସେକେଣ୍ଟ ଯାଏଁ ଔଷଧ ସିଞ୍ଚନ କରିବା ପରେ ଆପେ ଆପେ ବନ୍ଦ ହୋଇଯିବ। ତେବେ ଚାମ୍ବର ମଧ୍ୟକୁ ପ୍ରବେଶ ଏବଂ ପ୍ରସ୍ଥାନ କରିବା ପାଇଁ 2ଟି ରାସ୍ତା କରାଯାଇଛି। ଏଭଳି 2ଟି ଚାମ୍ବର ସେ ପ୍ରସ୍ତୁତ କରିଛନ୍ତି। ଗୋଟିଏ ଚାମ୍ବର ପିଚା ସେ 25 ହଜାର ଟଙ୍କା ବ୍ୟୟ କରିଛନ୍ତି। ମାଗଣାରେ ଲୋକମାନଙ୍କୁ ସହାୟତା ଯୋଗାଇଦେବା ପାଇଁ ସେ ଏଭଳି ନିୟାରା ପ୍ରୟାସ କରିଛନ୍ତି। ଯଦି କୋଣସି ବ୍ୟକ୍ତି ଜରୁରୀ କାମରେ ବାହାରକୁ ଯାଉଛନ୍ତି ତେବେ ସେମାନଙ୍କୁ ସାନିଟାଇଜ୍ ହେବା ନିହାତି ଜରୁରୀ। ଏଭଳି ସ୍ଥିତିରେ ଏହି ଚାମ୍ବର ସହାୟତାରେ ଖୁବ୍ କମ୍ ସମୟ ମଧ୍ୟରେ ଭୂତାଣୁକୁ ନଷ୍ଟ କରିହେବ ବୋଲି ସେ ଦର୍ଶାଇଛନ୍ତି।
ଏହି ଚାମ୍ବର ପ୍ରସ୍ତୁତ କରିବା ପାଇଁ ଶକ୍ତିପ୍ରସାଦଙ୍କୁ ଗୋଟିଏ ଦିନ ଲାଗିଥିଲା। ତେବେ ଏହି ଚାମ୍ବର ପ୍ରସ୍ତୁତ କରିବା ପରେ ପ୍ରଥମ ଦିନରେ ଚନ୍ଦ୍ରଶେଖରପୁର ଅଞ୍ଚଳର କିଛି ବ୍ୟକ୍ତି ଏହା ଭିତରେ ପଶି ସାନିଟାଇଜ୍ ହୋଇଛନ୍ତି। ତେବେ ଏବଳି ଚାମ୍ବର ସେ ସହରର ପ୍ରତି ଛକରେ ଲଗାଇବେ ବୋଲି ଆଶା ରଖିଛନ୍ତି। କେବଳ ସେତିକି ନୁହେଁ ଆଗକୁ ଯାନବାହନ ଗୁଡ଼ିକୁ ମଧ୍ୟ ଅଟୋମେଟିକ୍ ସାନିଟାଇଜ୍ କରିବାକୁ ଶକ୍ତିପ୍ରସାଦ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଯଦି ସରକାରଙ୍କ ପକ୍ଷରୁ ତାଙ୍କୁ କିଛି ସହାୟତା ଯୋଗାଇ ଦିଆଯାନ୍ତା ତେବେ ଆଗକୁ ଆହୁରି ଚାମ୍ବର ପ୍ରସ୍ତୁତ କରିପାରିବେ ବୋଲି ମତ ରଖିଛନ୍ତି।
Download Argus News App
