ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ରାଜ୍ୟ ସରକାରଙ୍କ ପୋଲ ଖୋଲିଲେ ବିଜେଡିର ପୂର୍ବତନ ବିଧାୟକ। ପୂର୍ବତନ ବିଜେଡି ବିଧାୟକ ଆୟୁବ ଖାନ ଖୋଦ ମୁଖ୍ୟମନ୍ତ୍ରୀଙ୍କ ସତ ସାମ୍ନାକୁ ଆଣିଛନ୍ତି। କଣ୍ଟାବାଞ୍ଜିରେ ଦାଦନ ସମସ୍ୟାକୁ ନେଇ ବିରୋଧୀଙ୍କ ଅଭିଯୋଗ ଉପରେ ଉତ୍ତର ରଖିଛନ୍ତି ଆୟୁବ ଖାନ । ସେ କହିଛନ୍ତି, ଦାଦନ ସମସ୍ୟା ସାରା ଓଡ଼ିଶାରେ ଅଛି। ବ୍ରହ୍ମପୁରର ଲକ୍ଷ ଲକ୍ଷ ଲୋକ କାମ ପାଇଁ ସୁରତ ଯାଉଛନ୍ତି। କଣ୍ଟାବାଞ୍ଜିରେ କୌଣସି କଳ କାରଖାନା ନାହିଁ। ଶିକ୍ଷିତ ଲୋକ ନିଯୁକ୍ତି ପାଇ ପାରିବେ ସେଭଳି ବ୍ୟବସ୍ଥା ନାହିଁ । ତେଣୁ ସବୁ ଜାଣିକି ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିରୁ ପ୍ରାର୍ଥୀତ୍ୱ କରିଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆମକୁ ଅନେକ ସମୟରେ ଦିନରେ ମଧ୍ୟ ନିଦ ଆସିଥାଏ । ତା ପାଇଁ ବହୁତ କିଛି କାରଣ ହୋଇଥାଏ । କୁହାଯାଏକି ଭିଟାମିନର ଅଭାଵ ହେଲେ ସଵୁବେଳ ନିଦ ଆସିଥାଏ ।
କୁହାଯାଏକି ଭିଟାମିନ B12ର ଅଭାଵ ହେଲେ ସବୁ ସମୟରେ ନିଦ ଲାଗିଥାଏ । ଭିଟାମିନ B12 ଆମ ଶରୀରକୁ ଶକ୍ତି ଯୋଗାଥାଏ । ଭିଟାମିନର ଅଭାବ ଅନେକ ରୋଗର କାରଣ ସେଥିପାଇଁ ଭିଟାମିନ B12ର ଅଭାଵରେ ଶରୀର ଦୃର୍ଵଳ ହୋଇପଡେ । ଶରୀରରେ ଦୃର୍ଵଳ ଅନୁଭଵବ ହେଲେ ମଣିଷ ସବୁ ସମୟରେ ଥକ୍କା ପଣ ଅନୁଭବ କରିଥାଏ ।
ଏଥିସହିତ ଅତ୍ୟଧିକ ଥକ୍କା ଲାଗିଵା ଦ୍ଵାରା ଦିନ ସମୟରେ ମଧ୍ୟ ନିଦ ଆସିଥାଏ । ଭିଟାମିନ୍ ବି 12 ରକ୍ତ ସଂଚାଳନ ଭଲରେ ହେଵାର ସାହାର୍ଯ୍ୟ କରିଥାଏ । ଭିଟାମିନ୍ B12 ର ଅଭାବ ହେତୁ ଉଦାସୀନତା ଏବଂ ଚିନ୍ତା ଅଧିକ ହୋଇଥାଏ । ଯଦି B12ର ଅଭାବାକୁ ଦୂର କରିଵାକୁ ଚାହୁଁଛନ୍ତି ତେବେ ସପ୍ତାହକୁ ୪ଥର ଅଣ୍ଡା, ମାଛ, ମାସଂ ଖାଆନ୍ତୁ ତାହା ସହ ପ୍ରତ୍ୟେକ ଦିନ ଦୁଗ୍ଧ ପଦାର୍ଥ ଖାଇବା ଆଵଶ୍ୟକ ହୋଇଥାଏ । ଏଥିସହ ଭିଟାମିନ୍ ଡି ଅଭାବ ମଧ୍ୟ ଥକାପଣର କାରଣ ହୋଇପାରେ ।
ତେବେ ପ୍ରତ୍ୟେକ ଦିନ ଭିଟାମିନ ଯୁକ୍ତ ଖାଦ୍ୟ ଖାଆନ୍ତୁ ଶରୀରକୁ ସୁସ୍ତ ରଖନ୍ତୁ ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର: