ଅର୍ଗସ ବ୍ୟୁରୋ : ମାନବିକତା ଭୁଲିଗଲେ କି ବିଜେଡି ନେତା । ଯେତେବେଳେ ବାହାନଗା ଟ୍ରେନ ଦୁର୍ଘଟଣାରେ ଲୋକେ ମୃତ୍ୟୁ ସହ ଲଢେଇ କରୁଥିଲେ ଠିକ୍ ସେହି ସମୟରେ ସିଙ୍ଗାପୁରରେ ମଉଜ କରିବା ଲାଗି ଓଡିଶାରୁ ବାହାରିଥିଲେ ସ୍ଥାନୀୟ ବିଧାୟକଙ୍କ ସମେତ ବହୁ ନେତା ଓ ନେତ୍ରୀ । ଜୁନ୍ 2 ତାରିଖ ସନ୍ଧ୍ୟାରେ ବାଲେଶ୍ବର ବାହାନଗାରେ ଟ୍ରେନ୍ ଦୁର୍ଘଟଣାର ଖବର ଆସେ । ଧିରେ ଧିରେ ଖବର ଚାରିଆଡକୁ ବ୍ୟାପିବା ସହ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବି ଜଣାପଡେ । ଆଉ ସକାଳ ହେଲା ବେଳକୁ କୁଢ କୁଢ ଶବ ଗଦା ହୋଇଥିବା ଦେଖିବାକୁ ମିଳେ । ଅନେକ ଆହତଙ୍କୁ ବାଲେଶ୍ବର ଠୁ ନେଇ କଟକ ଏ.ସି.ବି ମେଡିକାଲ ଓ ଭୁବନେଶ୍ବର ପର୍ଯ୍ୟନ୍ତ ଅଣାଯାଏ । କିନ୍ତୁ ଏ ସବୁ କାର୍ଯ୍ୟରେ ଯେଉଁମାନଙ୍କର ଗୁରୁ ଦାୟୀତ୍ବ ରହିବା କଥା ସ୍ଥାନୀୟ ବିଧାୟକ ପର୍ଶୁରାମ ଧଡା, କଟକର ମେୟର ସୁବାଷ ସିଂ ଓ ଭୁବନେଶ୍ବରର ମେୟର ସୁଲୋଚନା ଦାସ ଠିକ୍ ୩ ତାରିଖ ଦିନ ସବୁ କିଛି କୁ ପଛ କରି ସିଙ୍ଗାପୁର ବାହାରି ଯାଆନ୍ତି ବୁଲିବା ପାଇଁ ।
ଅଧିକ ପଢନ୍ତୁ : ବାହାନଗା ଟ୍ରେନ୍ ଟ୍ରାଜେଡି ପଛରେ ଭୟଙ୍କର ଷଡଯନ୍ତ୍ର ସନ୍ଦେହ
ସେପଟେ ଟ୍ରେନ ଦୁର୍ଘଟଣାର ଶୀକାର ହୋଇଥିବା ମୃତାହତଙ୍କ ପରିବାରଙ୍କୁ ଦୁଇ ହଜାର ଟଙ୍କିଆ ନୋଟ ବାଣ୍ଟି ଅଡୁଆରେ ଦିଦି ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଯାହାକୁ ନେଇ ବିରୋଧୀଙ୍କ ଅଭିଯୋଗ, ମମତା ପ୍ରକୃତରେ ମୃତକଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ କରୁ ନାହାନ୍ତି ବରଂ ନିଜ ପାଖରେ ଗଛିତ ଥିବା କଳାଧନ ଖସେଇବାକୁ ଚେଷ୍ଟା କରୁଛନ୍ତି ।
ଏ ସବୁ ଭିତରେ ଟ୍ରେନ ଟ୍ରାଜେଡିକୁ ନେଇ ରାଜନୀତି ଆରମ୍ଭ କରି ଦେଇଛନ୍ତି ବିରୋଧୀ । ମୃତ ଶରୀରର ଦ୍ବାହି ଦେଇ ଭୋଟ ବ୍ୟାଙ୍କ ବଢାଇବାକୁ ଚଳାଇଛନ୍ତି ଉଦ୍ୟମ । ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମୃତ୍ୟୁ ସଂଖ୍ୟାକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ଆଜି ବିହାର ବି ସେଇ ରାସ୍ତାରେ ଯାଇଛି । ତେବେ ମୁଖ୍ୟ ଶାସନ ସଚିବ ସ୍ପଷ୍ଟିକରଣ ଦେଇ କହିଛନ୍ତି ମୃତ ଦେହର ଗଣତିରେ ସ୍ବଚ୍ଛତା ରଖାଯାଇଛି ।