ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲାରୁ ତୁଷୁରା ଥାନା ଅନ୍ତର୍ଗତ ଜାମୁଟ ରାସ୍ତାଦେଇ ଗଞ୍ଜେଇ ଚାଲଣ ହେଉଥିବା ସମ୍ପର୍କରେ ଅବକାରୀ ବିଭାଗ ଖବର ପାଇଥିଲା । ଏଣୁ ଜାମୁଟ ନିକଟରେ ଛକି ବସିଥିଲା । ଏହି ସମୟରେ ବାଇକରେ ୨ଜଣ ଯୁବକ ଏକ ବେଗ ଧରି ଦ୍ରୁତଗତିରେ ଆସୁଥିଲେ । ଅବକାରୀ ବିଭାଗକୁ ଦେଖୁ ସେମାନେ ଫେରାର ଉଦ୍ୟମ କରୁଥିବା ବେଳେ ଅବକାରୀ ବିଭାଗ କାବୁ କରିଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ବେଗରୁ ପ୍ରାୟ ୭କେଜି ଗଞ୍ଜେଇ ଜବତ ହୋଇଥିଲା । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଦ୍ଵୟଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏହି ଚଢଉରେ ତୁଷୁରା ଅବକାରୀ ଅଧୁକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଏଏସ ଆଇ ଡୁଲେଶ୍ଵର କୁମରା, କନଷ୍ଟେବଳ ବିଭୁତିଭୁଷଣ ଭୋଇ, ଭୋଜରାଜ ବଢେଇ, ସୁନେଲି ପ୍ରଧାନ ସାମିଲ ଥିଲେ ।