ଅଧିକ ପଢନ୍ତୁ : ମୋଦି ସରକାରଙ୍କ ୯ବର୍ଷ ପୂର୍ତ୍ତି ଅବସରରେ ଯୁବମୋର୍ଚ୍ଚାର ମହାଜନସମ୍ପର୍କ ଅଭିଯାନ
ସେପଟେ ବାହାନଗା ଟ୍ରେନ ଟ୍ରାଜେଡିକୁ ନେଇ ବଡ ବୟାନ ରଖିଛନ୍ତି ପୂର୍ବତଟ ରେଳପଥର DRM ରୀଙ୍କେଶ ରାୟ । କହିଛନ୍ତି ଡ୍ରାଇଭର ଓ ALPଙ୍କ କହିବା ଅନୁସାରେ ରୁଟର ସବୁକିଛି ଠିକ ହେବା ପରେ ଗ୍ରୀନ ସିଗନାଲ ମିଳିଥାଏ । କୌଣସି ବି ଜାଗାରେ ଭୁଲ ଥିଲେ ଏହା ଗ୍ରୀନ ହୋଇନଥାଏ ବରଂ ଲାଲ ହୋଇଯାଏ । ଏହାକୁ ଜାଣିଶୁଣି କ୍ଷତି ପହଞ୍ଚାଯାଇଛି । ସିଗନାଲ ବ୍ୟବସ୍ଥାକୁ କେହି କ୍ଷତି ପହଞ୍ଚାଇଛନ୍ତି । ଡାଟା ଲକର ଅନୁସାରେ ସିଗନାଲ ଗ୍ରୀନ ଥିଲା । ଏହାକୁ କେହି ଟ୍ୟାମ୍ପର କରିବାକୁ ଚେଷ୍ଟା କରିଛି ବୋଲି କହିଛନ୍ତି ରୀଙ୍କେଶ ।
ବାହନଗା ରେଳ ଦୁର୍ଘଟଣା ପଛରେ କିଏ ଷଡଯନ୍ତ୍ର କାରି ? କାହା ପାଇଁ ଆକାରଣେ ଚାଲିଗଲା 275 ମୂଲ୍ୟବାନ ଜୀବନ । ବିଭାଗ ଭିତରୁ ଷଡଯନ୍ତ୍ର ହୋଇଛି ନାଁ ବାହାରର କେହି ରହିଛି ଏହି ଷଡଯନ୍ତ୍ର ପଛରେ । ତେଣୁ ପ୍ରକୃତ ଦୋଷୀକୁ ଖୋଜିବା ଲାଗି ବିଭାଗୀୟ ତଦନ୍ତ ବଦଳରେ ସିବିଆଇକୁ ତଦନ୍ତ ଭାର ଦେଇ ତୁରନ୍ତ ସତ୍ୟାସତ୍ୟ ସାମ୍ନାକୁ ଆଣିବାକୁ କେନ୍ଦ୍ର ସରକାର ଓ ରେଳ ମନ୍ତ୍ରଣାଳୟ ବଡ ପଦକ୍ଷେପ ନେଇଥିବା କୁହାଯାଉଛି ।