
ଭୁବନେଶ୍ଵର : ଭୁବନେଶ୍ଵର ବାଲିଅନ୍ତା ତହସିଲଦାର ରଶ୍ମୀରେଖା ପ୍ରଧାନ ଗିରଫ । ଲାଞ୍ଚ ନେବା ମାମଲାରେ ତହସିଲଦାର ଓ ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ୱର ସାହୁ ଗିରଫ ହୋଇଥିବା ସୂଚନା ମିଳିଛି । ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଦୁହିଁଙ୍କୁ ଗିରଫ କଲା ଭୁବନେଶ୍ୱର ଭିଜିଲାନ୍ସ ଟିମ୍।
ସୂଚନାନୁଯାୟୀ, ବାଲିଅନ୍ତା ତହସିଲ ଡ଼ାଟା ଏଣ୍ଟ୍ରି ଅପରେଟର ଧନେଶ୍ଵର ସାହୁ ଭୁବନେଶ୍ଵରର କୈଳାସ ରଥଙ୍କ ଜମିର କିସମ ବଦଳାଇବା ପାଇଁ ଟଙ୍କା ଡିମାଣ୍ଡ କରୁଥିବା ଅଭିଯୋଗ ହୋଇଛି । ଏନେଇ କୈଳାସ ରଥ ଭିଜିଲାନ୍ସରେ ଜଣାଇଥିଲେ । ତେବେ ପୂର୍ବ ଯୋଜନା ଅନୁସାରେ ଆଜି ଟଙ୍କା ନେଣଦେଣ ବେଳେ ଭିଜିଲାନ୍ସ ଟିମ ଉଭୟଙ୍କୁ ଗିରଫ କରିଛନ୍ତି । ଏହା ସହ ତହସିଲଦାର ରଶ୍ମି ରେଖା ପ୍ରଧାନଙ୍କ ବାଲିଅନ୍ତାରେ ଥିବା ଏକ ଆପାର୍ଟମେଣ୍ଟର ଭଡା ଘରେ ଭିଜିଲାନ୍ସ ଟିମ ଚଢାଉ ଜାରି ରଖିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
