
ମୟୂରଭଞ୍ଜ: ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ବ୍ୟାଙ୍କ ଡକାୟତି । ପୁଣି ଏମିତି ଏକ ବ୍ୟାଙ୍କ ଲୁଟର ଖବର ମୟୂରଭଞ୍ଜରୁ ସାମ୍ନାକୁ ଆସିଛି । ବଡ଼ସାହି ଥାନା ପ୍ରତାପପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଡକାୟତି ହୋଇଛି ।
ଓ୍ୱାଚ୍ମ୍ୟାନଙ୍କ ହାତଗୋଡ଼ ଏକ ଖଟିଆରେ ବାନ୍ଧି ଝରକାର ଗ୍ରିଲ କାଟି ଲୁଟି ନେଇଛନ୍ତି ଟଙ୍କା । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ରିରେ ପ୍ରତାପପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ପଛପଟେ ଥିବା ଝରକାର ଗ୍ରିଲକୁ କାଟୁଥିବା ବେଳେ ବ୍ୟାଙ୍କ ଓ୍ୱାଚ୍ମ୍ୟାନ ଜାଣିପାରିଥିଲେ ।
ଏନେଇ ଓ୍ୱାଚ୍ମ୍ୟାନ୍ ଅନନ୍ତ ଚନ୍ଦ୍ର ପଣ୍ଡା ପାଟି କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଏକ ଖଟିଆରେ ହାତଗୋଡ଼ ବାନ୍ଧି ମୁହଁରେ ପଟି ଦେଇ ପକାଇ ଦେଇଥିଲେ । ପରେ ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ ।
ଏବେ ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ , ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ପହଞ୍ଚିବା ସହ ତଦନ୍ତ ଜାରି ରହିଛି ।
