ସେହି ସମୟରେ ମହେନ୍ଦ୍ରଗଡ଼ ପଟୁ ଚନ୍ଦ୍ରଗିରି, ଯୁବ ସରପଞ୍ଚ ରଜନୀ କାନ୍ତ ପ୍ରଧାନ ଓ ଯିକରିୟ ରଇତ ଆସୁଥିବା ବେଳେ ଉକ୍ତ ଗୁରୁତର ବ୍ୟକ୍ତିଙ୍କୁ ଘଟଣା ସ୍ଥଳରୁ ଉଧାର କରି ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଶ୍ରୀ ବେହେରାଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ପଠାଯାଇଛି । ତେବେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଉକ୍ତ ସ୍କୁଟିକୁ ଜବତ କରି ଫାଣ୍ଡିକୁ ଆଣିବା ସହ ଘଟଣାର ତଦନ୍ତ ଜାରି ରଖିଛି ।ତେବେ ଦୁଇଜଣ ସରପଞ୍ଚଙ୍କ ମହାନତା ପାଇଁ ଲୋକେ ବେଶ୍ ପ୍ରଶଂସା କରିଛନ୍ତି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।