ଏହି ବିରାଟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ହଜାର ହଜାର କଳାକାର । ଘଣ୍ଟ, ଶଙ୍ଖ, ଦୂଲଦୁଲି,ସମ୍ପ୍ରଦା, ଆଦିବାସୀ ନୃତ୍ୟ,କରମସାନି ଅନେକ ପ୍ରକାର କଳାକାର ଏଥିରେ ସାମିଲ ହୋଇଥିଲେ । ସଂଧ୍ୟା ୫ଟା ୩୦ରେ ସମଲେଶ୍ବରୀ ମନ୍ଦିରରୁ ପୁଣି ଶୋଭାଯାତ୍ରା ବାହାରି ହାଟପଦାସ୍ଥିତ ରାଜଦରବାରରେ ପହଞ୍ଚିଲା । ବିଶ୍ବର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରଦର୍ଶନ ପାଇଁ କଳାକାରମାନେ ଆଜିଠୁ ପ୍ରଦର୍ଶନ କରିବେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପ୍ରଥମ ଦିନରେ ତଳିପଡ଼ାସ୍ଥିତ ରାମଜୀ ମନ୍ଦିରରେ ହେବ ଦେବକୀ-ବସୁଦେବଙ୍କ ବିବାହ । ତାପରେ କୃଷ୍ଣ ଜନ୍ମ ଓ କଂସ ବଧ ଦୈବ ବାଣୀ ହେବ। ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ମଥୁରା ସିଂହାସନ ଆରୋହଣ କରିବେ ରାଜା କଂସ । ଭଉଣୀ ଭିଣୋଇ ଦେବକୀ ଓ ବସୁଦେବଙ୍କୁ କାରାଗାରକୁ ପଠାଇବେ । ଜାନୁଆରୀ ୧୫ରୁ ୨୫ ତାରିଖ ଯାଏଁ ୧୧ ଦିନ ଯାଏଁ ଚାଲିବ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ।