ଅଧିକ ରାଜ୍ୟ ନ୍ୟୁଜ ପଢନ୍ତୁ

ଅର୍ଗସ ବ୍ୟୁରୋ : ପୁଣି ଅଶାନ୍ତ ବରଗଡ । ଫୁଟିଲା ବନ୍ଧୁକ । ଗୁଳି କାଣ୍ଡରେ ଜଣେ ଆହତ, ଆହତ ବ୍ୟକ୍ତି ଜଣକ ବରଗଡ ହାଟପଦାର ଜଗନ୍ନାଥ କର୍ଣ । ଗୁଳି ମାଡ କରି ଦୁର୍ବୃତ୍ତ ଫେରାର । ରକ୍ତାକ୍ତ ଅବସ୍ଥାରେ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନତର ।

କଟକ: ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ନେଇଥିବା ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ଦାୟର ଜନସ୍ବାର୍ଥ ମାମଲା ଖାରଜ। ଏହାକୁ ପ୍ରଚାର ସର୍ବସ୍ବ ଦର୍ଶାଇ କୋର୍ଟ ଏହି ଜନସ୍ବାର୍ଥ ମାମଲାକୁ ଖାରଜ କରିଛନ୍ତି। ଆବେଦନକାରୀ ଜୟନ୍ତୀ ଦାସଙ୍କୁ ପକ୍ଷରୁ ଦାୟର ଆବେଦନକୁ କୋର୍ଟ ଖାରଜ କରିଛନ୍ତି।
ବିଚାରପତି ଜଷ୍ଟିସ ସଙ୍ଗମ କୁମାର ସାହୁ ଓ ବିଚାରପତି ଜଷ୍ଟିସ ଏମ ଏସ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରି ଆବେଦନକୁ ଖାରଜ କରିଛନ୍ତି। ଏହି ଆବେଦନରେ ହସ୍ତକ୍ଷେପ କରିବା ପାଇଁ କୋର୍ଟ ମନା କଲେ। ତେବେ ୧୯ ମେ,୨୦୨୩ ରେ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର ପାଇଁ ଆରବିଆଇ ଘୋଷଣା କରିଥିଲା। ଯାହାକୁ ବିରୋଧ କରି ହାଇକୋର୍ଟରେ ଜୟନ୍ତୀ ଦାସ ଜନସ୍ବାର୍ଥ ମାମଲା ଦାୟର କରିଥିଲେ।
ଅଧିକ ପଢନ୍ତୁ ଓଡ଼ିଶା ଖବର

ଭୁବନେଶ୍ବର : ବାହାନଗା ଟ୍ରାଜେଡି. ମୃତକଙ୍କୁ ଚିହ୍ନଟ ପାଇଁ ଏମ୍ସ ଆସିବାକୁ ପରାମର୍ଶ। ଅନ୍ୟ ହସ୍ପିଟାଲ ନ ଯାଇ କେବଳ ଭୁବନେଶ୍ବର ଏମ୍ସ ଆସିବାକୁ ପରାମର୍ଶ ଦିଆଯାଇଛି। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ସୂଚନା ଜାରି ହୋଇଛି। ଦୁର୍ଘଟଣାରେ 1100 ଆହତଙ୍କ ମଧ୍ୟରୁ 160 SCB ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏପର୍ଯ୍ୟନ୍ତ 83 ରୁ 85ଟି ମୃତଦେହର ପରିଚୟ ମିଳିପାରିନି।
ଅଧିକ ପଢନ୍ତୁ : ଶବ ଗଦାରେ ପୁଅକୁ ଖୋଜୁଥିଲେ, ଭାଗ୍ୟଭଲ ପୁଅ ବଞ୍ଚିଥିଲା !
52 ଟି ମୃତଦେହ ଏମ୍ସରେ ଅଛି। ମୃତଦେହର ମାର୍କ ଅନୁସାରେ ମୃତ ଦେହ ଚିହ୍ନଟ କରାଯାଉଛି। ସେଥିପାଇଁ ଏବେ DNA ଟେଷ୍ଟ କରାଯାଉଛି। ପରବର୍ତ୍ତୀ ସମୟରେ ଯେମିତି କିଛି ଅସୁବିଧା ନ ହେବ ସେଥିପାଇଁ DNA ସାମ୍ପୁଲ ମଧ୍ୟ ରଖାଯାଇଛି।
ସମ୍ପୂର୍ଣ ପରିଚୟ ଦେଖି ଭେରିଫିକେସନ କରି ଶବ ହସ୍ତାନ୍ତର କରାଯାଇଛି। ବର୍ତ୍ତମାନ କେମିତି ମୃତଦେହ ଫେରାଯାଇପାରିବ ସେ ଉପରେ ଗୁରୁତ୍ବ ଦିଆଯାଉଛି । WHO ଆପ୍ରୋଭ ହୋଇଥିବା କଣ୍ଟେନରରେ ବଡି ଗୁଡିକୁ ରଖାଯାଇଛି।

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖିରେଇଟାଙ୍ଗିରୀ ଘାଗରା ବନ୍ଧ ପୋଖରୀରୁ ବିଳମ୍ବିତ ରାତିରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ହେଲେ ଖିରେଇଟାଙ୍ଗିରୀ ପଞ୍ଚାୟତ ର ପୂର୍ବତନ ନାଏବ ସରପଞ୍ଚ ଲକ୍ଷ୍ମୀପ୍ରିୟା ମହାନ୍ତ ।
ଖବର ପାଇ ବିଳମ୍ବିତ ରାତିରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ପୋଖରୀ ଭିତରୁ ମୃତଦେହ ଉଦ୍ଧାର କରିଛି। ମୃତ ମହିଳା ଙ୍କ ସ୍ଵାମୀ ଗିରିଧାରୀ ମହାନ୍ତଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
