ଏଥର ସରସ୍ବତୀଙ୍କ ପୂଜାକୁ ନେଇ ବେଶ୍ ଉତ୍ସାହିତ ଛାତ୍ରଛାତ୍ରୀ । ସରସ୍ବତୀ ପୂଜା ପାଇଁ ରାଜଧାନୀର କିଛି ସ୍ଥାନରେ ରାସ୍ତାକଡ଼ରେ ବାଗଦେବୀଙ୍କ ମୂର୍ତ୍ତି ଦେଖିବାକୁ ମିଳୁଛି । କିନ୍ତୁ ହକି ବିଶ୍ବକପ୍ ପାଇଁ ରାସ୍ତା କଡ଼ରେ ବସି ପୂର୍ବଭଳି ବେପାର କରିପାରୁନାହାନ୍ତି କାରିଗର । ତେଣୁ ବେପାର ବି ମାନ୍ଦା ହେଉଥିବା ଅଭିଯୋଗ କରିଛନ୍ତି । ଆଉ ଗୋଟିଏ ଦିନ ପରେ ସରସ୍ବତୀ ପୂଜା ଥିବା ବେଳେ, ବେପାର ଭଲ ହେଉନଥିବାରୁ ମୁଣ୍ଡରେ ହାତ ଦେଇ ବସିଛନ୍ତି ବ୍ୟବସାୟୀ ।
ଦିନକ ପରେ ଧରାଵତରଣ କରିବେ ବିଦ୍ୟାଦାୟିନୀ ମାଆ ସରସ୍ବତୀ

ଅର୍ଗସ ବ୍ୟୁରୋ : ଆଉ ଦିନକ ପରେ ବିଦ୍ୟାଦାତ୍ରୀ ମାଆ ସରସ୍ବତୀଙ୍କ ପୂଜା । ସେଥିପାଇଁ ସବୁ ଆଡେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଦୁଇ ବର୍ଷର କୋଭିଡ କଟକଣା ପରେ ମାଆ ଆଡ଼ମ୍ବରରେ ସରସ୍ଵତୀଙ୍କ ପୂଜା କରାଯିବ । ସମସ୍ତେ ଏକ ପ୍ରକାର ଉତ୍ସୁକତାର ସହିତ ସେ ଦିନକୁ ଅପେକ୍ଷା କରି ବସିଛନ୍ତି ।
Download Argus News App
