ଗାଁରେ ନଳକୂଅ ଅଛି ମାତ୍ର ସେଥିରୁ ବାହାରୁଛି ଫ୍ଲୋରାଇଡ ଯୁକ୍ତ ପାଣି । ଏହି ପାଣି ପିଇ କିଡିନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି ଅଞ୍ଚଳବାସୀ । ଏନେଇ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତା ପାଖରେ ଗୁହାରି କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ଖାଲି ଯାହା ନିର୍ବାଚନ ଆସିଲେ ମିଳୁଛି ମିଥ୍ୟା ପ୍ରତିଶ୍ରୁତି ।
ବିକାଶର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା ସତେ ଯେମିତି ସାତ ସପନ , ତେବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ କଂସାରିକୁଦ ଗ୍ରାମର ସାଧାରଣ ଲୋକଙ୍କୁ କେବେ ମିଳୁଛି ପାନୀୟ ଜଳ ।
ଆହୁରି ପଢନ୍ତୁ ଓଡିଶା ଖବର...