ଅଧିକ ପଢନ୍ତୁ ଓଡ଼ିଶା ନ୍ୟୁଜ
ଏହି ଗାଁ ମୁଣ୍ଡରେ ବସୁଧା ଯୋଜନାର ଓଭର ହେଡ ଟ୍ୟାଙ୍କ ମଧ୍ୟ ଅଛି l ପାଇପ ଲାଗି ଘର ସମ୍ମୁଖରେ ପାଣି ଟେପ ମଧ୍ୟ ଲାଗିଛି l ହେଲେ ଗାଁ କୁ ପହଁଞ୍ଚି ପାରୁନୀ ପାଣି l ଗାଁ ରେ ଥିବା ନଳକୂଅ ମଧ୍ୟ ଅଚଳ ହୋଇ ପଡିଛି l ଏହି ପରିସ୍ଥିତିରେ ଗାଁର ମହିଳା ମାନେ ନଦୀରେ ବାଲି ଚୁଆଁ କରି ପାଣି ସଂଗ୍ରହ କରୁଛନ୍ତି l ଗାଁରେ ପାନୀୟ ଜଳ ସମସ୍ୟାର ସମାଧାନ ନେଇ ଗାଁ ଲୋକେ ଦାବି କରିଛନ୍ତି l
ସେପଟେ ଖଡ଼ିଆଳ ବିଡିଓ ବୀରସେନ ବେହେରାଙ୍କୁ ପଚାରିବାରୁ ଏ ଦିଗରେ ଦୃଷ୍ଟି ଦିଆ ଯିବ ବୋଲି କହିଛନ୍ତି l ପାନୀୟ ଜଳ ସୁବିଧା ପାଇଁ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା l ହେଲେ ଗ୍ରାମାଞ୍ଚଳରେ କେତେ କାର୍ଯ୍ୟକାରୀ ହେଉଛି ଚନୁଟମାଲ ଗାଁରୁ ଜଣା ପଡୁଛି l ଏହି ଗାଁର ସମସ୍ୟା କୁ ପ୍ରଶାସନ କେତେ ଗୁରୁତ୍ୱ ଦେଉଛି ତାହାକୁ ଦେଖିବାକୁ ବାକି ରହିଲା l