ଅର୍ଗସ ବ୍ୟୁରୋ : ପୁଣି ଘଟିଲା ବଡ଼ ଦୁର୍ଘଟଣା । ଅଳ୍ପକେ ବଞ୍ଚିଲେ ଲୋକେ । ଗଞ୍ଜାମ ଦିଗପହଣ୍ଡି ବାଙ୍କେଶ୍ବରୀ ଘାଟୀରେ ଓଲଟିଲା ପିକଅପ ଭ୍ୟାନ । ପିକଅପ ଓଲଟି ୨୦ରୁ ଉର୍ଦ୍ଧ୍ଵ ଆହତ । ଶେରଗଡ଼ ନିକଟସ୍ଥ କରଡ଼ାକଣାରୁ ବାଙ୍କେଶ୍ୱରୀକୁ ଆସି ଫେରୁଥିବା ବେଳେ ଘାଟିରୁ ଓଲ୍ହାଉଥିବା ବେଳେ ଘଟିଲା ଦୁର୍ଘଟଣା । ସମସ୍ତ ଆହତ ମାନଙ୍କୁ ଦିଗପହଣ୍ଡି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଉଛି ।
ଅର୍ଗସ ବ୍ୟୁରୋ : ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । କାକଟପୁରର ପୂର୍ବତନ ବିଧାୟକ ଶ୍ରୀ ସେଠୀ ମଙ୍ଗଳବାର ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ସେ ନିଜର ଇସ୍ତଫା ସମ୍ପର୍କରେ ଜଣାଇଛନ୍ତି । ଶ୍ରୀ ସେଠୀ ୨୦୧୪ରେ କାକଟପୁର ବିଧାୟକ ହୋଇଥିଲେ । ହେଲେ ୨୦୧୯ରେ କିନ୍ତୁ ତାଙ୍କ ବଦଳରେ ବିଜେପିରୁ ଆସିଥିବା ନେତା ତୁଷାରକାନ୍ତି ବେହେରାଙ୍କୁ ବିଜେଡି ଟିକେଟ୍ ଦେଇଥିଲା।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : କଂଗ୍ରେସ ଘୋଷଣା ବିଧାନସଭା ପ୍ରାର୍ଥୀ ତାଲିକା । କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । କାକଟପୁରରୁ ପ୍ରାର୍ଥୀ ହେଲେ ବିଶ୍ବଭୂଷଣ ଦାସ । ବିଜେପିରୁ ଟିକେଟ ନମିଳିବାରୁ କଂଗ୍ରେସରେ ସାମିଲ ହୋଇଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର