ମା’ ଲକ୍ଷ୍ମୀଙ୍କ ସମ୍ମୁଖରେ ଗତ ରାତି ସମୟରେ ଆସି ଉଭା ହୋଇଛି ବାହାନ ପେଚା । ଆଜି କାର୍ତ୍ତିକ ମାସର ପଞ୍ଚୁକର ଦ୍ୱିତୀୟ ଦିନ ହୋଇଥିବାରୁ ମା ଲକ୍ଷ୍ମୀଙ୍କ ମନ୍ଦିର ରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ ଲାଗି ରହିଥିଲା ଏବଂ ସେଠାରେ ଆସି ଉଭା ହୋଇଥିବା ମା ଲକ୍ଷ୍ମୀଙ୍କ ବାହାନଙ୍କୁ ମଧ୍ୟ ଦର୍ଶନ କରିଥିଲେ ଭକ୍ତ।
ଏହି ଦୃଶ୍ୟକୁ ଦେଖି ଶ୍ରଦ୍ଧାଳୁ ମାନେ ଭାବ ବିହ୍ବଳ ହୋଇ ପଡ଼ିଥିଲେ । ଏପରି କି କିଛି ଶ୍ରଦ୍ଧାଳୁ ପେଚାକୁ ପୂଜାର୍ଚ୍ଚନା କରିବା ଦେଖିବାକୁ ମିଳିଥିଲା ଓ ସେଠାର ଭକ୍ତିମୟ ପରିବେଷ ସୃଷ୍ଟି ହୋଇଥିଲା । କିଛି ସମୟ ପରେ ପେଚାଟି ସେଠାରୁ ଉଭାନ ହୋଇଯାଇଥିଲା । ତେବେ ମହାଲକ୍ଷ୍ମୀଙ୍କ ପାଖେ ହଠାତ୍ ଆସି ପେଚା ପହଞ୍ଚିବା ଏକ ଅଲୌକିକ ଦୃଶ୍ୟ ବୋଲି କୁହାଯାଉଛି।