ଦୁର୍ଗନ୍ଧ ହେତୁ ସ୍କୁଲ, ମନ୍ଦିର ଅବା ପାର୍କ ଯିବାକୁ କୁଣ୍ଠାବୋଧ କରୁଛନ୍ତି ସ୍ଥାନୀୟ ଜନସାଧାରଣ । ଏହାକୁ ନେଇ ତେଜିଛି ରାଜନୀତି, ଭୁବନେଶ୍ଵର ଜିଲ୍ଲା ବିଜେପି ଏନେଇ ପୂର୍ବରୁ ବିରୋଧ ସହ ବିକ୍ଷୋଭ ପ୍ରଦର୍ଶନ କରିଥଲା। ଏବେ ପୁଣି ସ୍ଥାୟୀ ସମାଧାନ ଦାବିରେ ସତ୍ୟାଗ୍ରହ ଆରମ୍ବ କରିଛି । ଅନ୍ୟପଟେ ଦୁର୍ଗନ୍ଧରୁ ରାଜଧାନୀ ବାସିନ୍ଦାଙ୍କୁ ମୁକ୍ତି କରିବା ପାଇଁ ଭୁବନେଶ୍ବର ମହାନଗର ନିଗମ ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା କରିବାକୁ ଯାଉଛି ବାୟୋମିଥେନ ଗ୍ୟାସ୍ ପ୍ଲାଣ୍ଟ ।
ଅନ୍ୟପଟେ ବିଏମ୍ସିର ଦୃଷ୍ଟି ଆକର୍ଷଣ ପାଇଁ ଅତିଷ୍ଠ ସ୍ଥାନୀୟ ଲୋକେ କେତେବେଳେ ମଲମ୍ ବାଣ୍ଟି ତ ଆଉ କେତେବେଳେ ମାସ୍କ ବାଣ୍ଟି ବିରୋଧ କରିଛନ୍ତି । ଗତକାଲି ଠାରୁ ଭାରତୀୟ ଜନତା ପାର୍ଟି ସହ ସ୍ଥାନୀୟ ଜନସାଧାରଣମାନେ ମଧ୍ୟ ସତ୍ୟାଗ୍ରହରେ ସାମିଲ ହୋଇଛନ୍ତି । ଯଥାଶୀଘ୍ର ଏହି ସମସ୍ୟାର ସମାଧାନ ନହେଲେ ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ଦେଇଛି ବିଜେପି ।