ହୃଦ୍ରୋଗ ବିଭାଗ ପାଇଁ ତିଆରି ହୋଇଥିବା କୋଠାରେ ପାଥୋଲୋଜି, ଅଣସଂକ୍ରମକ ରୋଗ ବିଭାଗ, ଚକ୍ଷୁ ବିଭାଗ, ଦନ୍ତ ବିଭାଗ, କର୍ଣ୍ଣ ନାସା ଗଳା ବିଭାଗ ଚାଲୁଛି । ଆଉ ହୃଦରୋଗୀ ଏଠାରୁ ଚିକିତ୍ସା ନ ପାଇ ଫେରୁଛନ୍ତି । ପ୍ରତିଦିନ ପୁରୁଣା ଭୁବନେଶ୍ବର ସମେତ ଆଖପାଖ ଅଞ୍ଚଳର ଶହ ଶହ ରୋଗି ଚିକିତ୍ସା ପାଇଁ ଆସୁଛନ୍ତି । ରାଜଧାନୀର ଜନସଂଖ୍ୟା ବଢ଼ୁଥିବା ବେଳେ ଏହି ହସ୍ପିଟାଲରୁ ଶଯ୍ୟା ସଂଖ୍ୟା କମୁଛି । ଏକଦା ଏଠାରେ ୧୦୮ ଶଯ୍ୟା ଥିଲା । ଏବେ ମାତ୍ର ୫୬ଟି ଶଯ୍ୟା ରହିଛି । ଅନେକ ବିଭାଗରେ ଡାକ୍ତର ନଥିବାରୁ ସେ ବିଭାଗ ସବୁ ବନ୍ଦ ପଡ଼ିଛି । ସେହିପରି ୪୧ଜଣ ଡାକ୍ତରଙ୍କ ସ୍ଥାନରେ ୧୪ ଜଣ ଡାକ୍ତର ରହିଛନ୍ତି । ତେଣୁ ଏଥିରୁ ସହଜରେ ଅନୁମେୟ ଏହି ହସ୍ପିଟାଲ କିଭଳି ଚାଲୁଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୁରୁଣା ଭୁବନେଶ୍ବରର ବିଏମ୍ସି ହସ୍ପିଟାଟାଲ୍ ରାଜଧାନୀର ଦ୍ଵିତୀୟ ବଡ଼ ହସ୍ପିଟାଲ ହୋଇଥିବା ବେଳେ, ସେଠାରେ ଏଭଳି ସ୍ବାସ୍ଥ୍ୟସେବା ଲୋକଙ୍କ ପାଇଁ ଧୂଆଁ ବାଣ ବୋଲି କହିଛନ୍ତି ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି । କେବଳ ଏ ଗୋଟିଏ ଡାକ୍ତରଖାନା ନୁହଁ, ରାଜ୍ୟରେ ଏମିତି ଅନେକ ଡାକ୍ତରଖାନା ଅଛି, ଯେଉଁଠି ବିଭାଗ ଅଛି ନା ଡାକ୍ତର ଅଛନ୍ତି ନା ଯନ୍ତ୍ରାଂଶ । ଫଳରେ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି ଲୋକେ ।