ଅର୍ଗସ ବ୍ୟୁରୋ : ରବୀନ୍ଦ୍ର ମଣ୍ଡପରେ ପରିବେଷିତ ହୋଇଯାଇଛି ନାଟକ “ଧନୁ ତୀର ର କଥା” । ପ୍ରକୃତି କୋଳରେ ବାସ କରୁଥିବା ମଣିଷ ମାନଙ୍କର ମନ ଠିକ ପ୍ରକୃତି ପରି ନିର୍ମଳ, ସ୍ବଛ ଏବଂ କୋମଳ ହୋଇଥାଏ । ଛନ୍ଦ କପଟ ଓ ଆଡମ୍ବର ଠୁ ଅନେକ ଦୂରରେ ରହିଥିବା ପ୍ରକୃତିର ଏ ନିଷ୍ଠାପର ସେବକ ମାନଙ୍କୁ ଆମେ ଆଦିବାସୀ କହିଥାଉ । ଆଦିବାସୀ ଟିକୁ ଯେବେ ନିଜର ଭିଟା ମାଟି ପାଇଁ କୌଣସି କାରଣ ବଶତ କୋଉ କମ୍ପାନୀ ପାଇଁ ବା ସରକାର କଥାରେ ନିଜ ସାତ ପୁରୁଷର ଜମି ଜଙ୍ଗଲକୁ ଛାଡିହେଲେ ଅଲଗା ଯାଗାକୁ ଯିବାକୁ କୁହାଯାଏ, ସେ କିନ୍ତୁ ଏକଥାକୁ ସହଜେ ଗ୍ରହଣ କରିପାରେ ନାହିଁ । ଏମିତି କିଛି ନିଛକ ମଣିଷ ମାନଙ୍କର ଗୋଟେ ବୀର ଗାଥାର ନାଟ୍ୟ ପ୍ରତିଫଳନ ହେଉଛି “ଧନୁ ତୀର ର କଥା”
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି ଅବସରରେ ଅତିଥି ଭାବେ ଯୋଗ ଦେଇଥିଲେ ନିର୍ଦ୍ଧେଶକ ସୁବୋଧ ପଟ୍ଟନାୟକ, ଶତାବ୍ଦୀ ର କଳାକାର ଓ ନାଟ୍ୟ ନିର୍ଦ୍ଧେଶକ ଧୀରେନ୍ଦ୍ର ନାଥ ମଲ୍ଲିକ, ଅଧ୍ୟାପକ ଗଜେନ୍ଦ୍ର ନାୟକ, ହାସ୍ୟ ଅଭିନେତା ହରିହର ମହାପାତ୍ର ଯୋଗ ଦେଇଥିଲେ । ଧନୁ ତୀର ଉପରେ ପର୍ଯ୍ୟବସିତ ଏହି ନାଟକକୁ ରାଜେସ କୁମାର ପଣ୍ଡା ରଚନା କରିଥିବା ବେଳେ ହର ପ୍ରସାଦ ପଟ୍ଟନାୟକ ନିର୍ଦ୍ଦେଶନା ଦେଇଛନ୍ତି । ଆଲୋକରେ ରାଜେସ କୁମାର ଶତପଥୀ ଓ ସଙ୍ଗୀତର ଭାର ସମ୍ଭାଳିଛନ୍ତି ରାଜେଶ ଓ ରିଙ୍କୁ । ଅଭିନୟରେ ଅଛନ୍ତି କ୍ରିଷ୍ଣା, ଜ୍ୟୋତି, ଆକାଶ ଅଚ୍ୟୁତ ଓ ଅନ୍ୟ ସାଥୀ କଳାକାର ମାନେ ।