ତାକୁ ନେଇ ପ୍ରଶ୍ନ କରିଛନ୍ତି ସୂଚନା ଅଧିକାର କର୍ମୀ । କେବଳ ଏହି ଦୁଇଟି ବାଇକ ନୁହେଁ, ଏକାଧିକ ବାଇକ ନମ୍ବର ଦେଇ ଆମ୍ବୁଲାନ୍ସ ନାଁରେ ରୋଗୀଙ୍କୁ ଡ଼ାକ୍ତରଖାନା ବୁହେଇଛନ୍ତି ବୋଲି ସୂଚନା ଅଧିକାର ଆଇନରୁ ମିଳିଥିବା ତଥ୍ୟରୁ ଜଣା ପଡ଼ିଛି । ମାସ ମାସ ଧରି ଏକାଧିକ ବାଇକ ଚାଳକ ଦୈନିକ ତେଲ କୁପନ ଓ ୧୫୦୦ ଲେଖାଁଏ ଟଙ୍କା ସ୍ବାସ୍ଥ୍ୟ ବିଭାଗ ଆକାଉଣ୍ଟରୁ ଉଠେଇ ନିଆଯାଇଛି । ପାଖାପାଖି ୮୦ ଟି ଗାଡ଼ି କରୋନା ରୋଗୀଙ୍କ ସେବାରେ ଲାଗିଥିଲା । ତେବେ ଏଥିରେ ସଂପୃକ୍ତ ଅସାଧୁ ସ୍ବାସ୍ଥ୍ୟ ମିଶନ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସୂଚନା ଅଧିକାର କର୍ମୀ ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।
କରୋନା କାଳରେ କରାଯାଇଛି କୋଟି କୋଟି ଟଙ୍କାର ମହା ହରିଲୁଟ

ଅର୍ଗସ ବ୍ୟୁରୋ : ବାଇକକୁ ଆମ୍ବୁଲାନ୍ସ ଦର୍ଶାଇ ଟଙ୍କା ହରିଲୁଟ । କରୋନା କାଳରେ କରାଯାଇଛି କୋଟି କୋଟି ଟଙ୍କାର ମହା ହରିଲୁଟ । କଟକ ଜିଲ୍ଲା ସ୍ବାସ୍ଥ୍ୟ ମିଶନରେ ଏହି ହରିଲୁଟ କରାଯାଇଥିବା ନେଇ ହୋଇଛି ଅଭିଯୋଗ । ଏକ ହୋଣ୍ଡା ଦୁଇ ଚକିଆ(OD05F2616) ଗାଡି ଓ ଟିଭିଏସ(OD05AJ3189) ଗାଡିକୁ ଚାରିଚକିଆ କହି ଲୁଟ ଅଭିଯୋଗ ହୋଇଛି । ଯାହାର ଖୋଳସା ହୋଇଛି ସୂଚନା ଅଧିକାର ଆଇନରୁ ମିଳିଥିବା ତଥ୍ୟ । ତେବେ କରୋନା ମହାମାରୀ ସମୟରେ ରୋଗୀଙ୍କୁ ଆମ୍ବୁଲାନ୍ସ ଯୋଗେ ବୁହା ଯାଉଥିବା ବେଳେ କିପରି ଭାବେ ଦୁଇ ଚକିଆ ଗାଡ଼ିକୁ ଆମ୍ବୁଲାନ୍ସ ଦର୍ଶାଇ ଟଙ୍କା ହରିଲୁଟ୍ କରାଯାଇଛି ।
Download Argus News App
