ଅଧିକ ପଢନ୍ତୁ ଓଡ଼ିଶା ଖବର
ଭଙ୍ଗା ଦଦରା ଘରେ, ଅସହାୟ ଭାବେ ଦିନ ଅତିବାହିତ କରୁଛନ୍ତି ପରିବାରର ୩ ଶିଶୁ ସମେତ ୬ ପ୍ରାଣୀ କୁଟୁମ୍ବ । ବର୍ଷା ଦିନେ ପାଣି ଗଳି କାନ୍ଥରୁ ମାଟି ଅତଡା ଖସୁଥିବା ବେଳେ ଖରା ଦିନେ ସୂର୍ଯ୍ୟଙ୍କ ତାପ ଘର ଭିତରେ ପଡୁଛି । ବର୍ଷା ଦିନେ ନିଜ ବଡଭାଇ ଘରେ ରୁହନ୍ତି ସାରା ପରିବାର ।
ଏହି ଗରିବ ଅସହାୟ ପରିବାର ବହୁବାର ସରପଞ୍ଚ ଓ ୱାର୍ଡ ମେମ୍ବର ତଥା ପଞ୍ଚାୟତ କାର୍ଯ୍ୟାଳୟରେ ପକ୍କାଘର ଲାଗି ଗୁହାରୀ କରିଥିଲେ ମଧ୍ୟ ଏଯାଏଁ ନା ଘର ଖଣ୍ଡେ ମିଳି ପାରିନାହିଁ । ଏନେଇ ବାଲିଅନ୍ତା ବିଡ଼ିଓ ପବିତ୍ର ସାମଲ କୌଣସି ପ୍ରତିକ୍ରିୟା ଦେବାକୁ ମନା ମନା କରିଥିଲେ । ସମସ୍ତଙ୍କୁ ପକ୍କା ଘରର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ଗରିବଙ୍କୁ ଭୁଲିଯାଉଛନ୍ତି । ରାଜଧାନୀ ଉପକଣ୍ଠରେ ଯଦି ଏପରି ଦୃଶ୍ୟ ଅବସ୍ଥା ତେବେ ଉପାନ୍ତ ଅଞ୍ଚଳର ଅବସ୍ଥା କଣ ଆପଣ ଅନୁମାନ କରିପାରୁଥିବେ