ପରାଜୟକୁ ସହଜରେ ଗ୍ରହଣ କରିପାରୁନି କି ବିଜେଡି । ଯଦି ଗ୍ରହଣ କରିପାରୁଛି ତାହାଲେ ଏମିତି ଭିତ୍ତିହୀନ ଖବର ଦେଉଛି କାହିଁକି ? ଅଭିଯୋଗ ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ନାଁରେ ଫେକ୍ ଆଇଡି ଖୋଲି ମିଥ୍ୟା ଖବର ଜରିଆରେ ଗୁଜବ ସୃଷ୍ଟି କରାଯାଉଛି । କେବଳ ସେତିକି ନୁହେଁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା,5-T, ମୋ ସରକାର,ଓଡିଶାରେ ଦେଶୀ ଓ ବିଦେଶୀ ମଦ ବନ୍ଦ ବୋଲି ମିଛ ଖବର ସୋସିଆଲ୍ ମିଡିଆରେ ପ୍ରସାରଣ ହେବା ପରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏନେଇ ସ୍ପଷ୍ଟୀକରଣ ରଖିଛି । ଆଉ ଏହାକୁ ନେଇ ଅର୍ଗସକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେଉଁମାନେ ସରକାରଙ୍କ ନାଁରେ ଫେକ୍ ନ୍ୟୁଜ୍ ଛାଡୁଛନ୍ତି ଖୁବଶୀଘ୍ର ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ସରକାରରେ ଥିବା ବେଳେ ତ ଯାହା କରୁଥିଲେ କରୁଥିଲେ, ଏବେ ସରକାରରୁ ଯିବା ପରେ ମନ୍ଦବୁଦ୍ଧି ଛାଡୁନାହାନ୍ତି । କାରଣ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଫେକ ଆଇଡି କରି ଭ୍ରମିତ କରୁଛି ବିଜେଡି । ଯାହାକୁ ନେଇ ଏବେ ସବୁଠି ପ୍ରତିକ୍ରିୟା ପ୍ରକାଶ ପାଇଛି । ଖାସ୍ କରି ବୁଦ୍ଧିଜୀବୀ ଏଇ ଘଟଣାକୁ ନାପସନ୍ଦ କରିବା ସହିତ ଏପରି ଗୁଜବ ସୃଷ୍ଟି କରି ଲୋକଙ୍କୁ ଭ୍ରମିତ ନକରାଯିବାକୁ ପରାମର୍ଶ ଦେଇଛନ୍ତି ।
ଏ ସବୁ ଭିତରେ ଡିପ୍ଫେକ୍ କଣ୍ଟେଣ୍ଟର ମୁକାବିଲା ପାଇଁ ଡିଜିଟାଲ୍ ଇଣ୍ଟିଆ ବିଲ୍ ଆଣିପାରନ୍ତି କେନ୍ଦ୍ର ସରକାର । ଏ ନେଇ ଖୁବଶୀଘ୍ର ବଡ ନିଷ୍ପତ୍ତି ନେଇପାରନ୍ତି ମୋଦି ସରକାର 3.0 । ଅନଲାଇନ୍ ପ୍ଲାଟଫର୍ମରେ ଭ୍ରମାତ୍ମକ କଣ୍ଟେଣ୍ଟ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏହି ବିଲରେ ବ୍ୟବସ୍ଥା କରିପାରନ୍ତି କେନ୍ଦ୍ର ସରକାର । ଆଉ ଏହାରି ଭିତରେ ରାଜ୍ୟ ସରକାରଙ୍କ ନାଁରେ ମିଛ ଖବର ପ୍ରସାରଣକୁ ନେଇ କିନ୍ତୁ ତେଜିଲାଣି ରାଜ୍ୟ ରାଜନୀତି ।