ବୁଥ୍ ରିଗିଂ, ମାରପିଟ୍, ହିଂସା ପରେ ଗଞ୍ଜେଇ ବାଣ୍ଟିକି ନିର୍ବାଚନ ଜିତିବାକୁ ଚାଁହୁଛି କି ବିଜେଡି ? ବ୍ରହ୍ମପୁରରୁ 84 କେଜି ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବିଜୁ ଜନତା ଦଳର ଲୋଗୋ ଲାଗିଥିବା ଗାଡିଟି ଜବତ ହୋଇଛି । ଏହା ଦେଖିକି ଲାଗୁଛି ବିଜୁ ଜନତା ଦଳର ନେତାଙ୍କ ଗାଡ଼ିରେ ରାଜ୍ୟରେ ଗଞ୍ଜେଇ ଚାଲାଣ ହେଉଛି । ଦଳୀୟ ଚିହ୍ନ ଲାଗିଥିବା ଏହି ଗାଡିକୁ ନେଇ ବିଜେଡିର କୌଣସି ନେତା ମୁହଁ ଖୋଲୁନାହାନ୍ତି । ଅର୍ଥାତ ଏଥିରୁ ସ୍ପଷ୍ଟ ହେଉଛି ଯେ ଗଞ୍ଜେଇ ବାଣ୍ଟି ନିର୍ବାଚନ ଜିତିବାକୁ ଚାହୁଁଛି ବିଜେଡି ।
ପୂର୍ବରୁ ବିଜୁ ଜନତା ଦଳର ଅନେକ ନେତା ବିଭିନ୍ନ ନିଶା କରବାରରେ ଲିପ୍ତ ଅଛନ୍ତି । କିଛି ଦିନ ତଳେ ତାଙ୍କ ଦଳର ନେତା ଅନୁଭବ ପଟ୍ଟନାୟକ ଯେତେବେଳେ ଦଳ ଛାଡିଥିଲେ ଇସ୍ତଫା ପତ୍ରରେ ଖଣ୍ଡପଡାରେ ଦଳ ଯାହାକୁ ଟିକେଟ ଦେଇଛନ୍ତି ତାଙ୍କ ସ୍ୱାମୀ ଜଣେ ଗଞ୍ଜେଇ ବେପାରୀ ବୋଲି ଲେଖିଥିଲେ ।
କେବଳ ଏତିକି ନୁହେଁ ବିଧାନସଭା ଗୃହରେ ପଚରା ଯାଇଥିବା ପ୍ରଶ୍ନରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ତାଙ୍କ ନାମରେ ଅଭିଯୋଗ ଥିବା ମଧ୍ୟ ଉତ୍ତରରେ କୁହାଯାଇଛି । ତେବେ କେଉଁ ଆଧାରରେ ତାଙ୍କ ପତ୍ନୀଙ୍କୁ ଟିକେଟ ଦିଆଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେବଳ ଏହି ଗୋଟିଏ ଉଦାହରଣ ନୁହଁ ଅନେକ ଏମିତି ଉଦାହରଣ ରହିଛି ଯେଉଁଥିରେ ସେମାନଙ୍କ ସମ୍ପୃକ୍ତି ଦର୍ଶାଉଛି ।
ଅନ୍ୟପଟେ ଏକ ମାସରୁ କମ ଅବଧି ମଧ୍ୟରେ ରାଜ୍ୟରୁ 2 ଲକ୍ଷ 49 ହଜାର 510 ଲିଟର ଚୋରାମଦ ଏବଂ 2951 କେଜି ଗଞ୍ଜେଇ ଜବତ ହୋଇଛି । ଯାହାକୁ ଦେଖିଲେ ସ୍ପଷ୍ଟ ହେଉଛି କି, ରାଜ୍ୟରେ ନିଶା ଦ୍ରବ୍ୟ ବିକ୍ରି କରି ଭୋଟ ନେବାକୁ ଚକ୍ରାନ୍ତ କରିଛି ବିଜେଡି ।
ଆହୁରି ପଢ୍ନତୁ ଓଡିଶା ଖବର...