ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ପ୍ରେମିକା ସୋମାଲିକା ପ୍ରେମ ବିବାହ ପାଇଁ ଗତ ମାସ 17 ତାରିଖରେ ଜଗତସିଂହପୁର ସବ ରେଜିଷ୍ଟର କାର୍ଯ୍ୟଳୟରେ ଆବେଦନ କରିଥିଲେ । ଆବେଦନ ତାରିଖ ଏକ ମାସ ପୁରିଯାଇଥିଲେ ବେଳେ ସୋମାଲିକା ବିବାହ କରିବା ପାଇଁ ସବ ରେଜିଷ୍ଟର କାର୍ଯ୍ୟଳୟରେ ପହଞ୍ଚିଥିଲେ। ହେଲେ ବିଧାୟକ ବିଜୟ ଶଙ୍କର ଦାସ ବିବାହ ପାଇଁ ଆସିନଥିଲେ। ଅପେକ୍ଷା କରି ନିରାଶ ହେବା ପରେ ସିଧା ଥାନାରେ ପହଞ୍ଚିଥିଲେ ସୋମାଲିକା। ସବୁଆଡୁ ନିରାଶ ହୋଇ ଆଇନର ଆଶ୍ରୟ ନେଇଛନ୍ତି ସୋମାଲିକା ।