ସେପଟେ ରିପୋର୍ଟ ବି କହୁଛି ଧନୀ ନେତାଙ୍କ ତାଲିକାରେ ବିଜେଡି ବହୁ ଆଗରେ ରହିଛି । ୭୨୬ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରୁ ୯୫ ଜଣ ହେଉଛନ୍ତି କୋଟିପତି । ଯାହା ମଧ୍ୟରେ ବିଜେଡିର ସର୍ବାଧିକ ୯୦ ଜଣ ରହିଥିବା ବେଳେ ବିଜେପିର ୩ ଆଉ କଂଗ୍ରେସର ୨ ଜଣ ନେତା ରହିଛନ୍ତି । ଆଉ ବିଜେଡି ନେତାଙ୍କ ହାରାହାରି ସମ୍ପତ୍ତିର ମୂଲ୍ୟ ୫୮ ଲକ୍ଷ ରହିଥିବା ବେଳେ ବିଜେପିର ୪୮ ଲକ୍ଷ ଆଉ କଂଗ୍ରେସର ରହିଛି ୩୭ ଲକ୍ଷ । ତେବେ କୋଟିପତି ତାଲିକାର ସବୁଠୁ ଉପରେ ରହିଛନ୍ତି ବିଜେଡିରୁ ଜିଲ୍ଲା ପରିଷଦ ନିର୍ବାଚିତ ହୋଇଥିବା ବାଲେଶ୍ବର ସ୍ବରର ରେବତୀ ନାୟକ । ଯାହାଙ୍କର ରହିଛି ୧୮ କୋଟି ୬୮ ଲକ୍ଷ ଟଙ୍କାର ସମ୍ପତ୍ତି । ସେହିପରି ସେହି ବିଜେଡିର ଭଦ୍ରକରୁ ଜିଲ୍ଲା ପରିଷଦ ନିର୍ବାଚିତ ହୋଇଥିବା ଗୀତାରାଣି ମଲିକ ଦ୍ବୀତିୟ ସ୍ଥାନରେ ରହିଥିବା ବେଳେ ତାଙ୍କର ରହିଛି ୧୭ କୋଟିର ସମ୍ପତ୍ତି । ଆଉ ୧୦ କୋଟିର ସମ୍ପତ୍ତି ସହ ବିଜେଡିରୁ ନିର୍ବାଚିତ ହୋଇଥିବା ସୁନ୍ଦରଗଡର କୁନ୍ତି ପ୍ରଧାନ ରହିଛନ୍ତି ତିନି ନମ୍ବର ସ୍ଥାନରେ ।
ଆହୁରି ନେତାଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ରିପୋର୍ଟ କହୁଛି । ୭୨୬ ରୁ ୩୧ ଜଣ କେବଳ ପଞ୍ଚମ ଯାଏ ପଢିଥିବା ବେଳେ ୯୮ ଜଣ ଅଷ୍ଟମ, ୧୭୭ ଜଣ ଦଶମ, ୧୪୫ ଜଣ ଦ୍ବାଦଶ, ୧୭୫ ଜଣ ସ୍ନାତକ କରଛନ୍ତି । ତେବେ ମାତ୍ର ଏଥିରେ ୫୦ ଜଣ ହିଁ ରହିଛନ୍ତି ଉଚ୍ଚଶିକ୍ଷିତ । ସେହିପରି ବୟସ ଦୃଷ୍ଟିରୁ ଦେଖିଲେ ୩୧ ରୁ ୪୦ ବୟସ ମଧ୍ୟରେ ରହିଛନ୍ତି ୧୧୪ ଜଣ, ୪୧ ରୁ ୫୦ ମଧ୍ୟରେ ୯୪ ଜଣ, ୫୧ ରୁ ୬୦ ମଧ୍ୟରେ ୬୭ ଜଣ ଆଉ ୬୧ ରୁ ୭୦ ବର୍ଷ ବୟସର ନେତା ରହିଛନ୍ତି ୨୧ ଜଣ ।