ରଘୁନାଥ ସାହୁ - ଚିଲିକା
ଅଭିମନ୍ୟୁ ସେଠୀ-ଆନନ୍ଦପୁର
ଦେବାଶିଷ ମାର୍ଣ୍ଡି- ସରସକଣା
ବାସନ୍ତୀ ହେମ୍ୱ୍ରମ-କରଞ୍ଜିଆ
ବର୍ଷା ପ୍ରିୟଦର୍ଶନୀ-ବଡଚଣା
ବିଦ୍ୟାସ୍ମିତା ମହାଳିକ-ରେମୁଣା
ସୁବାସିନୀ ସାହୁ-ସିମୁଳିଆ
ଗଣେଶ୍ୱର ବେହେରା-କେନ୍ଦ୍ରପଡା
ସନାତନ ମହାକୁଡ-ଚମ୍ପୁଆ
ଭୁବନେଶ୍ୱର: ଆସିଲା ବିଜେଡିର ଆଉ ଏକ ପ୍ରାର୍ଥୀ ତାଲିକା । ବିଧାନସଭା ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି ।
ରଘୁନାଥ ସାହୁ - ଚିଲିକା
ଅଭିମନ୍ୟୁ ସେଠୀ-ଆନନ୍ଦପୁର
ଦେବାଶିଷ ମାର୍ଣ୍ଡି- ସରସକଣା
ବାସନ୍ତୀ ହେମ୍ୱ୍ରମ-କରଞ୍ଜିଆ
ବର୍ଷା ପ୍ରିୟଦର୍ଶନୀ-ବଡଚଣା
ବିଦ୍ୟାସ୍ମିତା ମହାଳିକ-ରେମୁଣା
ସୁବାସିନୀ ସାହୁ-ସିମୁଳିଆ
ଗଣେଶ୍ୱର ବେହେରା-କେନ୍ଦ୍ରପଡା
ସନାତନ ମହାକୁଡ-ଚମ୍ପୁଆ
ଢେଙ୍କାନାଳ : ହେଲିକପ୍ଟର ଯୋଗେ ଅନୁଗୁଳରୁ ଢେଙ୍କାନାଳ ପହଂଚିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅବତରଣ ପରେ ଢେଙ୍କାନାଳ ସ୍ଥିତ ସିଧ ବଳରାମ ଜୀଉ ମନ୍ଦିର ଅଭିମୁଖେ କେନ୍ଦ୍ରମନ୍ତ୍ରୀ । ସେଠାରେ ଦଳୀୟ ପ୍ରାର୍ଥୀଙ୍କ ସହ ପୂଜାର୍ଚ୍ଚନା ପରେ ବାଇକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲାପାଳ ଙ୍କ କାର୍ଯ୍ୟଳୟରେ ପହଞ୍ଚିବେ କେନ୍ଦ୍ରମନ୍ତ୍ରୀ ।
ଅଧିକ ପଢନ୍ତୁ : ଏଥର ସମ୍ବଲପୁରରୁ ଧର୍ମେନ୍ଦ୍ର : ଓଡ଼ିଆଙ୍କ ସ୍ଵାଭିମାନ ଲାଗି କରିବେ ଲଢେଇ
ଆଜି ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ବରିଷ୍ଠ ବିଜେପି ନେତା ରୁଦ୍ର ନାରାୟଣ ପାଣିଙ୍କର ରହିଛି ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମ ।
ଅର୍ଗସ ବ୍ୟୁରୋ: ନୀଳଗିରିରୁ ବିଜେପି ପ୍ରାର୍ଥୀ ହେଲେ ସନ୍ତୋଷ ଖଟୁଆ। ବିଜେପିର ଷଷ୍ଠ ପର୍ଯ୍ୟାୟ ତାଲିକା ଘୋଷଣା କଲା ବିଜେପି। ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ସନ୍ତୋଷ ଖଟୁଆ। ନୀଳଗରିରିରୁ ବିଜେଡି ସୁକାନ୍ତ ନାୟକଙ୍କୁ ଟିକେଟ ଦେବାପରେ ସନ୍ତୋଷ ଦଳ ଛାଡ଼ିଥିଲେ। ଆଉ ବିଧିବଦ୍ଧ ଭାବେ କାଲି ବିଜେପିରେ ମିଶିଥିଲେ।
ଆଉ ଆଜି ନୀଳଗିରିୁ ବିଜେପି ପ୍ରାର୍ଥୀ ହେଲେ ସନ୍ତୋଷ ଖଟୁଆ। ଟିକେଟ ମିଳିବାପରେ ବିଜେପି ଶୀର୍ଷ ନେତ୍ବତ୍ବବୃନ୍ଦଙ୍କୁ ଧନ୍ୟବାଦ ଜଣାଇଛନ୍ତି ସନ୍ତୋଷ।
ଅଧିକ ପଢ଼ନ୍ତୁ ରାଜନୀତି ଖବର
ଅର୍ଗସ ବ୍ୟୁରୋ: ଦିଲ୍ଲୀର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବୋମା ବିସ୍ଫୋରଣ ଧମକ ମିଳିବା ପରେ ଏଵେ ଆହୁରି ଦ୍ଵନ୍ଦ ଦେଖାଦେଇଛି । ଆଜି ଗୁଜରାଟର ସବରକନ୍ଥ ଜିଲ୍ଲାରେ ଏକ ପାର୍ସଲ୍ ବୋମା ବିସ୍ଫୋରଣରେ ବାପା-ଝିଅଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଆତଙ୍କ ଖେଳି ଯାଉଛି ।
ଭଦାଲି ଥାନାର ଏସ୍ଆଇ ଜିତେନ୍ଦ୍ର ରାବରୀଙ୍କ କହିଛନ୍ତି କି ଏହି ଘଟଣାଟି ବେଦ ଗାଁରେ ଘଟିଛି । ଏକ ଅଜଣା ବ୍ୟକ୍ତି ଏକ ଗାଡିରେ ଆସି ଜିତୁ ବନ୍ଜାରାଙ୍କୁ ଏକ ପାର୍ସଲ ଦେଇଥିଲା। ପାର୍ସଲ ଖୋଲିବା ବେଳେ ତାଙ୍କ ପାଖରେ ତାଙ୍କର ତିନି ଝିଅ ଥିଲେ। ପାର୍ସଲ୍ଟି ଖୋଲିବା କ୍ଷଣି ବିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରେ ଜିତୁଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ଜଣେ ଝିଅଙ୍କର ମୃତ୍ୟୁ ଘଟିଥିଲା ଅନ୍ୟ ଦୁଇ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା।
ଅଧିକ ପଢ଼ନ୍ତୁ ଭାରତ ଖବର