ଅର୍ଗସ ବ୍ୟୁରୋ : ଜଣକ ପରେ ଜଣେ ବିଜେଡ଼ି ନେତା ବିଜେଡ଼ିକୁ କରୁଛନ୍ତି ବାଏ ବାଏ । ଯାହାକୁ ନେଇ ଫୁଲ ଟେନସନରେ ବିଜେଡି । ବିଜେଡ଼ି ଘୋଷଣା କରିଛି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ବିଜେଡ଼ିକୁ ବାଏ ବାଏ କରିଛନ୍ତି ବିଜେଡ଼ିର ଟାଣୁଆ ନେତା । ଏହି ବାଏ ବାଏ ତାଲିକାରେ ସାମିଲ ହୋଇଛନ୍ତି, ପର୍ଶୁରାମ ଧଡ଼ା ଏବଂ ଦେବେନ୍ଦ୍ର କହଁର । ତାଙ୍କ ପରେ ପୁଣି ୨ ଜଣ ନେତା ବିଜେଡିକୁ କରିଛନ୍ତି ବାଏ ବାଏ । ଏହି ଦୁଇ ନେତା ହୋଉଛନ୍ତି ଭଦ୍ରକର ବିଜେଡି ନେତା ଅସିତ ପଟ୍ଟନାୟକ ଏବଂ ଜଗତସିଂହପୁର ବିଜେଡି ନେତା ଅମରେନ୍ଦ୍ର ଦାସ ।
ସେପଟେ ବିଜେଡି ଛାଡ଼ିଛନ୍ତି ସୋର ବିଧାୟକ ପର୍ଶୁରାମ ଧଡ଼ା । ଦଳ ଟିକେଟ ନଦେବାରୁ ପର୍ଶୁରାମ ଇସ୍ତଫା ଦେଇଛନ୍ତି । ସୋରରୁ ପର୍ଶୁରାମଙ୍କ ବଦଳରେ ମାଧବ ଧଡ଼ାଙ୍କୁ ବିଜେଡି ଟିକେଟ ଦେଇଛି ବିଜେଡ଼ି । ଏଥିରେ ଅସନ୍ତୋଷ ପ୍ରକାଶ କରି ପର୍ଶୁରାମ ଇସ୍ତଫା ଦେଇଛନ୍ତି । ତେବେ ସେ କେଉଁ ଦଳରେ ଯୋଗଦେବେ, ସେନେଇ ସ୍ପଷ୍ଟ କରିନାହାଁନ୍ତି । ପୂର୍ବରୁ ୨୦୧୪ ଏବଂ ୨୦୧୯ରେ ବିଜେଡି ଟିକେଟରୁ ସୋର ନିର୍ବାଚନ ମଣ୍ଡଳୀରୁ ଦୁଇ ଦୁଇ ଥର ବିଧାୟକ ହୋଇଥିଲେ ପର୍ଶୁରାମ ଧଡ଼ା ।
ସେହିପରି ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ । ୨୦୧୪ ଓ ୨୦୧୯ରେ ଟିକେଟ ଆଶାୟୀ ଥିଲେ । ହେଲେ ଗତଥର ଭଦ୍ରକରୁ ସଞ୍ଜୀବ ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ଆଉ ଏଥର ବି ଦଳ ତାଙ୍କୁ ନିରାଶ କରି, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଟିକେଟ ଦେଇଛି । ଶେଷରେ ଅସନ୍ତୁଷ୍ଟ ହୋଇ ଗତକାଲି ବିଜେଡ଼ିକୁ କରିଛନ୍ତି ବାଏ ବାଏ ।
ସେହିପରି ପୂର୍ବତନ ଫୁଲବାଣୀ ବିଧାୟକ ଦେବେନ୍ଦ୍ର କହଁର ମଧ୍ୟ ବିଜେଡ଼ି ଦଳ ଛାଡ଼ିଛନ୍ତି । ସେ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି, ଦଳରେ ଶୃଙ୍ଖଳିତ ସଦସ୍ୟ ଭାବେ କାମ କରିଆସୁଥିଲି କିନ୍ତୁ ଦଳର ମୋ ଉପରେ ଭରଷା ନାହିଁ । ମୋ ବଦଳରେ ଦଳ ଜୟଶ୍ରୀ କହଁରଙ୍କୁ ଟିକେଟ ଦେଇଛି । ୨୦୦୯ରୁ ୨୦୧୪ ଯାଏଁ ଫୁଲବାଣୀ ଆସନରୁ ବିଜେଡି ବିଧାୟକ ଥିଲେ ଦେବେନ୍ଦ୍ର। ତା’ପରେ କିନ୍ତୁ ଟିକେଟ ଦେଇନଥିଲା ବିଜେଡି ।
ସେହିପରି ଜଗତସିଂହପୁର ବିଜେଡି ନେତା ଅମରେନ୍ଦ୍ର ଦାସ ମଧ୍ୟ ବିଜେଡ଼ିକୁ କରିଛନ୍ତି ବାଏ ବାଏ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇବା ସହ ୨୦୨୪ ନିର୍ବାଚନ ଲଢ଼ିବାକୁ ଇସ୍ତଫା ଦେଉଛି ବୋଲି ଚିଠିରେ ଲେଖିଛନ୍ତି । ସେ ଜଗତସିଂହପୁର ସଦର ଆସନରୁ ବିଧାୟକ ପ୍ରାର୍ଥୀ ପାଇଁ ଆଶାୟୀ ଥିଲେ କିନ୍ତୁ ଦଳ ପ୍ରଶାନ୍ତ ମୁଦୁଲିଙ୍କୁ ଉପରେ ଭରସା କରି ତାଙ୍କୁ ଟିକେଟ୍ ପ୍ରଦାନ କରିଛି । ଯାହାକୁ ନେଇ ଅମରେନ୍ଦ୍ର ଅସନ୍ତୁଷ୍ଟ ହୋଇ ଇସ୍ତଫା । ଦେଖିବାକୁ ବାକି ରହିଲା ବିଜେଡ଼ିର ଆଉ କେଉଁ କେଉଁ ନେତା ଦଳକୁ କରୁଚନ୍ତି ବାଏ ବାଏ ।