ଅର୍ଗସ ବ୍ୟୁରୋ : ବିଜେଡି ଏବେ ଆଉ କ୍ଷମତା ରେ ନାହିଁ । ଦଳ କ୍ଷମତାରୁ ଗଲା ପରେ ଦଳରେ ଉଗ୍ର ହେଲାଣୀ ଗୋଷ୍ଠି କନ୍ଦଳ । ଜଣେ ପରେ ଜଣେ ବରିଷ୍ଠ ନେତା ଦଳ ଛାଡୁଛନ୍ତି । ପୁରୁଖା ନେତା ବି ଏବେ ବିଜେଡି ଛାଡି ବିଜେପି ମୁହାଁ । ହେଲେ ଏଭଳି ସ୍ଥିତିରେ ବିଜେଡି ନେତାଙ୍କ ବୟାନବାଜି ବନ୍ଦ ହେଉନାହିଁ । ଆଜି ବିଜେଡି ସାଂସଦ ମୁନ୍ନା ଖାଁ କହିଛନ୍ତି କିଛି ଦିନ ତଳେ ବିଜେଡି ରୁ ବିଜେପି କୁ ଯାଇ ବିଧାୟକ ହୋଇଥିବା 22 ନେତା ଙ୍କ ଭିତରୁ 14 ଆମ ଯୋଗାଯୋଗ ରେ ଅଛନ୍ତି । ଆଉ ମୁନ୍ନା ଖାଁଙ୍କ ଏପରି ବୟାନ୍ କୁ ନେଇ ପୁଣି ଜୋର ଧରିଛି ରାଜନୀତି । ତେବେ ମୁନା ଙ୍କ ଏଭଳି ବୟାନ କୁ କଡା କାଉଣ୍ଟର କରିଛି ବିଜେପି ..ମୁନା ରାଜନୀତି ଜାଣି ନାହାନ୍ତି କହି ତାସଲ୍ୟ କରିବା ସହ ଗୋଟିଏ ହେଲେ ନା ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ବିଜେପି ବିଧାୟକ ବାବୁ ସିଂ ।
ସେପଟେ ସରକାର ରୁ ଯିବା ପରେ ଧୀରେ ଧୀରେ ଭୁଷୁଡୁଛି ବିଜେଡି ର ଗଡ଼..ବିଜେଡିରୁ ଇସ୍ତଫା ଦେଇଛନ୍ତି ମାଲକାନଗିରି କୋରୁକୋଣ୍ଡା ବ୍ଲକର ୭ ସମିତି ସଭ୍ୟ ଓ ସଭ୍ୟା । ୨ ବିଜେଡି ନେତାଙ୍କ ଉପରେ ଅସନ୍ତୁଷ୍ଟ ହୋଇ ଦଳ ଛାଡିଥିବା ସେମାନେ କରିଛନ୍ତି ଅଭିଯୋଗ..
ରାଜ୍ୟ ରେ ବିଜେପି ସରକାର ଆସିବା ପରେ ପ୍ରଥମେ ମମତା ମହନ୍ତ ଓ ପରେ ସୁଜିତ କୁମାର ଦୁଇ ରାଜ୍ୟ ସଭା ସାଂସଦ ଇସ୍ତଫା ଦେଇ ବିଜେପି ରେ ମିଶି ସାରିଲେଣି.. ଦଳ ର ବରିଷ୍ଠ ନେତା ପୂର୍ବତନ ବିଧାୟକ ଅମର ଶତପଥୀ ବି ଦଳ ଛାଡିଲେଣି.. କିଛି ଦିନ ତଳେ ଗଅଁଦିଆ ବ୍ଲକ ଅଧ୍ୟକ୍ଷ ଙ୍କ ସହ 30 ଜନ ପ୍ରତିନିଧି ବିଜେପି ରେ ସାମିଲ ହୋଇଥିଲେ.. ନିକଟରେ ବିଜେଡି ଛାଡିଥିବା ପୂର୍ବତନ ବିଧାୟିକା ସୁନନ୍ଦା ଦାସ ବି କିଛି ଦିନ ଭିତରେ ପଦ୍ମ ଧରିବା ସୂଚନା ମିଳିଛି.. ଏଭଳି ସ୍ଥିତି ରେ ମୁନା ଙ୍କ ବୟାନ କଣ ଦଳରେ ଚାଲିଥିବା କନ୍ଦଳ ଓ ଦଳ ଛାଡୁଥିବା ନେତାଙ୍କ ସଂଖ୍ୟାରେ ବ୍ରେକ୍ ଲଗାଇ ପାରିବ ।
ଅର୍ଗସ ବ୍ୟୁରୋ: ଆମେରିକା ହ୍ୟୁଷ୍ଟନରେ ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ତୀବ୍ର ବିରୋଧ । ଆସନ୍ତା 9 ତାରିଖରେ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ବନ୍ଦ କରିବା ପାଇଁ ପ୍ରବାସୀ ଭାରତୀୟ ସମେତ ହ୍ୟୁଷ୍ଟନରେ ଥିବା ଓଡିଆ ମାନେ ବିରୋଧ କରିଛନ୍ତି । ଏହା ଶ୍ରୀଜଗନ୍ନାଥ ସଂସ୍କୃତି, ବିଧି ଓ ପରମ୍ପରାର ଘୋର ଉଲ୍ଲଙ୍ଘନ, ଏହାକୁ ତୁରନ୍ତ ବନ୍ଦ କରିବା ପାଇଁ ଦାବି କରିଛନ୍ତି ।
ପୂର୍ବରୁ ଗଜପତି ମହାରାଜ ଏହି ପ୍ରସଙ୍ଗରେ ହ୍ୟୁଷ୍ଟନ ସ୍ଥିତ ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ବନ୍ଦ ପାଇଁ ଦାବି କରିଛନ୍ତି । ଏହାସହ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦନ ସରସ୍ୱତୀ ମଧ୍ୟ କ୍ଷୋଭ ପ୍ରକାଶ କରିବା ସହ ବିଧି ବିରୋଧୀ କାମ ନକରିବାକୁ ଇସ୍କନକୁ ଚେତାଇଛନ୍ତି। ଇସ୍କନର ଓଡିଶା ଶାଖାର କର୍ମକର୍ତ୍ତା ମଧ୍ୟ ଏହି ରଥଯାତ୍ରାକୁ ବିରୋଧ କରିଛନ୍ତି।
ଅଧିକ ପଢ଼ନ୍ତୁ ବିଦେଶ ଖବର
ଅର୍ଗସ ବ୍ୟୁରୋ: କଟକ ବାଲିଯାତ୍ରାକୁ ନେଇ ବଡ଼ ଖବର। ଉପର ପଡ଼ିଆରେ ବି ହୋଇପାରେ ବାଲିଯାତ୍ରା। ଉପର ପଡ଼ିଆରେ ବାଲିଯାତ୍ରା ନକରିବା ନେଇ ପ୍ରଶାସନକୁ ହାଇକୋର୍ଟ ପରାମର୍ଶ ଦେଇଥିଲେ। ଏ ପ୍ରସଙ୍ଗରେ ଆଜି କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକ ପରେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ କହିଛନ୍ତି। ଉପରେ ପଡ଼ିଆରେ ହେବ ବାଲିଯାତ୍ରା।
ଆଜି କୋର୍ଟରେ ସତ୍ୟପାଠ ଦାଖଲ ହେବ। ବ୍ୟବସାୟୀଙ୍କ ହିତ, କଟକବାସୀଙ୍କ ଭାବାବେଗକୁ ବାଧା ନଦେବା ଭଳି ନିଷ୍ପତ୍ତି ନିଆଯାଇଛି। ଯାହା ସତ୍ୟପାଠ ଜରିଆରେ କୋର୍ଟରେ ଦାଖଲ କରାଯିବ। କୌଣସି ବ୍ୟବସାୟୀ କିମ୍ବା ଷ୍ଟେକ୍ ହୋଲଡରଙ୍କୁ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଯାହା କୋର୍ଟ ନିର୍ଦ୍ଦେଶ ଦେବେ ସେହି ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଭୁବନେଶ୍ବର ବିମାନବନ୍ଦରରେ ଜରୁରୀ ଅବତରଣ । ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପୁଣି ବୋମା ଧମକ । ବିସ୍ଫୋରଣ କରି ବିମାନବନ୍ଦର ଉଡ଼ାଇବେବାକୁ ଧମକ । ସୋମବାର ରାତିରେ ଭୁବନେଶ୍ବରରୁ ଦିଲ୍ଲୀ ଆଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନରେ ବୋମା ଥିବା ନେଇ ଧମକ ଆସିଥିଲା ।
ଇଣ୍ଡିଗୋ ବିମାନ 179 ଯାତ୍ରୀଙ୍କୁ ନେଇ ରନ୍ୱେରେ ଇଡ଼ାଣ ଭରିବକୁ ଯାଉଥିବା ବେଳେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପରେ ବିମାନ ସିଆଇଏସ୍ଏଫ କର୍ମଚାରୀ, ବୋନା ନିଷ୍କ୍ରିୟକାରୀ ଦଳ ଓ ପୋଲିସ ଟିମ୍ ପହଞ୍ଚି ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ଓହ୍ନାଇ ତନତନ କରି ଯାଞ୍ଚ କରିଥିଲେ । ହେଲେ ବିମାନ କି ଯାତ୍ରୀ କାହାରିଠାରୁ ସେଭଳି କୌଣସି ଆପତ୍ତିଜନକ ବିସ୍ଫୋରକ ସାମଗ୍ରୀ ମିଳିନଥିଲା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର