ସାଲେପୁରରୁ ଏଥର ଲଢେଇ କରିବେ ବିଜେପି ପ୍ରାର୍ଥୀ ଅରିନ୍ଦମ ରାୟ । ପୂର୍ବରୁ ବିଜେଡିରେ ତାଙ୍କୁ ଅଣଦେଖା କରାଯାଉଥିବାରୁ ସେ ଦଳ ଛାଡିଦେଇଥିଲେ, ବିଜେପିରେ ସାମିଲ ହୋଇଥିଲେ । ବବିଙ୍କ ଭିଣୋଇ ହେବା ପରେ ବି ଦଳରେ ତାଙ୍କୁ ଯେମିତି ଭାବରେ ଅଣଦେଖା କରାଗଲା ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଖାଲି ଚର୍ଚ୍ଚା ହୋଇଥିଲା ତାହା ନୁହେଁ ବରଂ ବିଜେଡିର ଗୋଟି ଗୋଟି ସତ ବାହାରେ ପଡିଥିଲା । କେମିତି ଦଳ ଚାଲୁଛି ? ଶାସନ କ୍ଷମତା କାହା ପାଖରେ ଅଛି ? କିଛି ଏମିତି ସତ ସବୁ ସାମ୍ନାକୁ ଆସିଥିଲା । ସେବେଠୁ ଚର୍ଚ୍ଚା ହେଉଥିଲା କି ଦଳ ଅରିନ୍ଦମଙ୍କୁ ପ୍ରାର୍ଥୀ କରିବ ବୋଲି । ଅନୁମାନ ସତ ହୋଇଛି, ଅରିନ୍ଦମଙ୍କୁ ଦଳ ପ୍ରାର୍ଥୀ କରିଛି ।
ଖୋର୍ଦ୍ଧା...ଏହି ଆସନକୁ ନେଇ ବି ଅନେକ ସମୟରେ ଚର୍ଚ୍ଚା ଚାଲେ । କାରଣ ଦଳ ଏହି ଆସନରୁ କାହାକୁ ପ୍ରାର୍ଥୀ କରିବ ? ସେନେଇ ଅନେକ ଅଙ୍କକଷା ହୋଇଥିଲା । ହେଲେ ସେ ଅଙ୍କର ସମାଧାନ ହୋଇଛି । ଜଗଦ୍ଦେବଙ୍କ ନାଁରେ ଦଳ ମୋହର ମାରିଛି । ମୋଟ୍ ଉପରେ ଜଗଦ୍ଦେବ ଜଣେ ଭଲ ସଂଗଠକ ହୋଇଥିବାରୁ ତାଙ୍କ ହାତରୁ ଗଡ ନେବା ବିଜେଡି ପାଖରେ ଅସମ୍ଭବ । ଠିକ୍ ସେହିପରି ଅରିନ୍ଦମଙ୍କ ବବିଙ୍କ ସହ ପାରିବାରିକ ସମ୍ପର୍କ ଥିବା ପରେ ବି ବିଜେଡିରେ ତାଙ୍କୁ ସମ୍ମାନ ମିଳିଲାନି ୟ। ତେଣୁ ଦଳ ଛାଡିବା ପରେ ସବୁ ଭିତ୍ତିରି କଥା ପଦାରେ ପଡିଗଲା । ତେଣୁ ଅରିନ୍ଦମ ଓ ଜଗଦ୍ଦେବଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ।