ଏହି ହତ୍ୟାକାଣ୍ଡରେ ମାଲକାନଗିରି ଏସଡିଜେଏମ କୋର୍ଟ ଜିଲ୍ଲାପ।।ଳଙ୍କ ସମେତ ୪ ଜଣ ସରକାରୀ ଅଧିକାରୀଙ୍କ ନାଁରେ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ପୋଲିସ ପରିବାର ଲୋକଙ୍କ ଏତଲା ରଖିଛି । ଏହି ଘଟଣାରେ ଜିଲ୍ଲାପାଳଙ୍କ ସଂପୃକ୍ତି ଥିବା ଯୋଗୁଁ ଜିଲ୍ଲା ଏସପି ଏହାକୁ ରଫାଦଫା କରିବା ପାଇଁ ପରିବାର ଲୋକଙ୍କ ଉପରେ ଚାପ ପକାଇ ପାରନ୍ତି । ପୂର୍ବରୁ ଜିଲ୍ଲା ଏସପି ଏବଂ ଆଇଆଇସି ଏତଲା ଗ୍ରହଣ କରିନଥିବାବେଳେ ଏବେ ଏହି ଘଟଣାକୁ ଭିନ୍ନ ମୋଡ ଦେଇ କେସ୍ କୁ ବନ୍ଦ କରିବା ପାଇଁ ଯୋଜନା କରୁଛନ୍ତି । ଏଣୁ ତୁରନ୍ତ ଜିଲ୍ଲା ଏସପି ଓ ଆଇଆଇସିଙ୍କୁବଦଳି କରାଗଲେ ଏହାର ଏକ ନିରପେକ୍ଷ ତଦନ୍ତ ହୋଇପାରିବ । ଅନ୍ୟପଟେ ଏହି ଘଟଣାରେ ସଂପୃକ୍ତି ଥିବା ୪ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହଜିଲ୍ଲା ଏସପି ଓ ଆଇଆଇସିଙ୍କୁ ତଦନ୍ତ ପରିସରଭୃକ୍ତ କରି ଏତଲା ରଖିବାରେ ବିଳମ୍ବ କରିଥିବାରୁ ଉଭୟଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଲାଗି ପ୍ରତିନିଧୀ ଦଳ ପୋଲିସ ମହାନିର୍ଦ୍ଦେଶକଙ୍କୁ ଅନୁରୋଧ କରିଛନ୍ତି।
ଏହି ପ୍ରତିନିଧୀ ଦଳରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଓ କଟକ ଜିଲ୍ଲା ସଭାପତି ଲଲାତେନ୍ଦୁ ବଡୁ ପ୍ରମୁଖ ଉପସ୍ଥିତି ଥିଲେ ।