ଗତ ୨୨ ତାରିଖରେ ବାଲିଘାଟ ବିବାଦକୁ ନେଇ ଘସିପୁରା ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀ ମଦନମୋହନ ସାହୁ ଓରଫ୍ ବାବନ ସାହୁ , ତରୁଆଁର ପୂର୍ବତନ ସରପଞ୍ଚ ବଳରାମ ବେହେରା ଓ ଶାଳଦେଇ ସରପଞ୍ଚଙ୍କ ସ୍ବାମୀ ରମୁ ବୋଇତେଇ ୧୦୦ରୁ ଉର୍ଦ୍ଧ୍ବ ଯୁବକଙ୍କୁ ନେଇ ମଲୀ ଜେନାଙ୍କୁ ଆକ୍ରମଣ କରିଥିଲେ।
ଅଧିକ ପଡନ୍ତୁ ଓଡିଶା ଖବର
ଅର୍ଗସ ବ୍ୟୁରୋ : କେନ୍ଦୁଝର ରାମଚନ୍ଦ୍ରପୁର ଥାନା ଶାଳଦେଇ ବାଲିଘାଟ ବିବାଦକୁ ନେଇ ମଲୀ ଜେନାଙ୍କୁ ହତ୍ୟା ମାମଲା । କେନ୍ଦୁଝର ଏସପିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲେ ବିଜେପି ନେତା।
ଗତ ୨୨ ତାରିଖରେ ବାଲିଘାଟ ବିବାଦକୁ ନେଇ ଘସିପୁରା ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀ ମଦନମୋହନ ସାହୁ ଓରଫ୍ ବାବନ ସାହୁ , ତରୁଆଁର ପୂର୍ବତନ ସରପଞ୍ଚ ବଳରାମ ବେହେରା ଓ ଶାଳଦେଇ ସରପଞ୍ଚଙ୍କ ସ୍ବାମୀ ରମୁ ବୋଇତେଇ ୧୦୦ରୁ ଉର୍ଦ୍ଧ୍ବ ଯୁବକଙ୍କୁ ନେଇ ମଲୀ ଜେନାଙ୍କୁ ଆକ୍ରମଣ କରିଥିଲେ।
ଅଧିକ ପଡନ୍ତୁ ଓଡିଶା ଖବର
ସମ୍ବଲପୁର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକ ଫାଶୀମାଲ ଗସ୍ତ କରି ପୁରାତନ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଇଛନ୍ତି l ମୋଦି ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ଦଳ ପକ୍ଷରୁ ଚଳିତ ବର୍ଷ କୁ ସେବା, ସୁଶାସନ ଓ ଗରିବ କଲ୍ୟାଣ ର ବର୍ଷ ଭାବେ ପାଳନ କରାଯିବା ସହ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚେଇବାର କାର୍ଯ୍ୟକ୍ରମ ରହିଛି l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଶାସନ ତଥା ଗରିବ କଲ୍ୟାଣ ନୀତି ଯୋଗୁଁ ଦେଶ ତଥା ବିଦେଶରେ ଭାରତ ସୁନାମ ଲାଭ କରିପାରିଛି l ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଫାଶୀମାଳ ଡାକବଙ୍ଗଳ ଠାରେ ଅନୁଷ୍ଠିତ ବୈଠକ ରେ ପୁରାତନ କର୍ମକର୍ତ୍ତାଙ୍କୁ ସ୍ୱାଗତ କରିବା ସହ କୁଚିଣ୍ଡା ମାଟି ର ଦଳପ୍ରତି ବହୁତ ଅବଦାନ ରହିଥିବା କହିଥିଲେ l
ଏହି ଅବସରରେ ସମ୍ବଲପୁର ସାଂସଦ ନୀତିଶ ଗଂଗଦେବ, ଦେବଗଡ ବିଧାୟକ ସୁବାଷ ପାଣିଗ୍ରାହୀ, ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ରାଜ୍ୟ ସାଧାରଣ ସମ୍ପାଦକ ରବି ନାରାୟଣ ନାଏକ, ସମ୍ପାଦକ ଟଙ୍କଧର ମହାପାତ୍ର, ଜିଲ୍ଲାସଭାପତି ଗିରିଶ ପଟେଲ ସମେତ ବିଭିନ୍ନ ବ୍ଲକ ରୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଶେଷରେ ବିଜେପି ବିକାଶ କାର୍ଯ୍ୟ ଓ କେନ୍ଦ୍ର ମନ୍ତ୍ରୀ ଜନକଲ୍ୟାଣ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆଜି ରାଜ୍ୟ ସରକାରଙ୍କ ପୂର୍ବ ପ୍ରଶାସନିକ ଅଧିକାରୀ, ପୂର୍ବତନ ପ୍ରଧାନ ଶିକ୍ଷକ, ପୂର୍ବତନ ଶିକ୍ଷକ, ବରିଷ୍ଠ ଆଇନଜୀବୀ,ସରପଞ୍ଚଙ୍କ ସହିତ ଅନେକ ବରିଷ୍ଠ ଓ ଯୁବ ନେତା ବିଜୁ ଜନତା ଦଳ ତ୍ଯାଗ କରି ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତ ୮୦ରୁ ଉର୍ଦ୍ଧ ଆଜି ବିଜେପିରେ ଯୋଗଦାନ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ୩ ବ୍ଲକରୁ ପୁରାତନ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନୂଆଦିଲ୍ଲୀ: ବହୁ ଆଡମ୍ବରରେ ଅଶୋକ କୁମାରଙ୍କ ସହ ରେବତୀ କୁମାରୀ ଙ୍କର ବିବାହ ସମ୍ପନ୍ନ ହେଲା। ବିବାହ ସମ୍ପନ୍ନ ପରେ କନିଆ ଘରୁ ବିଦା ହେଲେ ନବ ବିବାହିତ ଦମ୍ପତି। ରେବତୀଙ୍କ ସହ ନୂଆ ସଂସାର ଗଢିବାର ଅସୁମାରୀ ସ୍ୱପ୍ନ ଅଶୋକଙ୍କ ଆଖିରେ। ଅଶୋକଙ୍କ ଘରେ ଗୃହ ପ୍ରବେଶ ହୁଏ ରେବତୀଙ୍କର। ଘରେ କୁଣିଆ ମାନଙ୍କର ଭର୍ତ୍ତି। ପୁଅ-ବୋହୁଙ୍କର ଚତୁର୍ଥି ସରିଲା ପରେ ଯିଏ ଯାହା ନିଜ ନିଜ ଘରକୁ ଯିବେ । ଘରେ ଏକ ପ୍ରକାର ଖୁସିର ମାହୋଲ। ଏହାରି ମଧ୍ୟରେ ଅଶୋକ ଏବଂ ରେବତୀଙ୍କ ବିବାହକୁ ୪ ଦିନ ପୁରିଲା। ୪ର୍ଥୀ ପାଇଁ ପ୍ରସ୍ତୁତି। ବେଶ୍ ହର୍ସ ଉଲ୍ଲାସର ମଧ୍ୟରେ ୪ର୍ଥୀର ବିଧି ସରିଲା। ଚତୁର୍ଥୀର ଠିକ୍ ସନ୍ଧ୍ୟା ସମୟରେ ଅଶୋକଙ୍କୁ ଏକ ଫୋନ୍ କଲ୍ ଆସିଲା। ଆଉ ଫୋନ୍ ଟା ଧରି ଅଶୋକ କୁମାର ଘର ବାହାରକୁ ଚାଲିଗଲେ, ଆଉ ଫେରିଲେନି। ଘର ଲୋକ ଖୋଜା ଖୋଜି ଆରମ୍ଭ କରିଦେଲେ। ପୋଲିସ୍ରେ ମଧ୍ୟ ଏଫଆଇଆର ଦିଆଗଲା। ୩୧ ମଇ ସନ୍ଧ୍ୟାରେ ନିଖୋଜ ଥିବା ଅଶୋକଙ୍କ ମୃତ ଶରୀର ଜୁନ୍ ୧ ରେ ରକ୍ତରେ ଯୁଡୁବୁଡୁ ଅବସ୍ଥାର ଉଦ୍ଧାର କରାଗଲା।
ଏକ ଧାରୁଆ ଅସ୍ତ୍ରରେ ଅଶୋକଙ୍କ ବେକ କଟା ଯାଇଥିଲା। ଏହାପରେ ଅଶୋକଙ୍କ ପରିବାରରେ କାନ୍ଦ ବୋବାଳିରେ ଫାଟି ପଡିଲା। ପୋଲିସ୍ର ଚାଲିଲା ଘନ ଘନ ତଦନ୍ତ। ତଦନ୍ତରୁ ଯାହା ପର୍ଦାଫାସ୍ ହେଲା ତାହା ପାଦ ତଳୁ ମାଟି ଖସିଲା ଭଳି ଥିଲା। ଅଶୋକଙ୍କ ହତ୍ୟାକାରୀ ଆଉ କେହି ନୁହେଁ ଖୋଦ୍ ସ୍ତ୍ରୀ ରେବତୀ। ବିବାହର ତୃତୀୟ ଦିନରୁ ହିଁ ରେବତୀ ଶଡଯସ୍ତ୍ର ଆରମ୍ଭ କରିଦେଇଥିଲେ ଅଶୋକଙ୍କୁ ରାସ୍ତାରୁ ହଟାଇବା ପାଇଁ। କାରଣ ରେବତୀଙ୍କ ଅନ୍ୟ ଜଣ ପୁରୁଷଙ୍କ ସହ ଥିଲା ଅବୈଧ ସମ୍ପର୍କ। ଯାହା ଜାଣିଦେଇଥିଲେ ଅଶୋକ । ତେବେ ଯାହାଙ୍କ ସହ ରେବିତୀଙ୍କ ଅବୈଦ୍ଧ ସମ୍ପର୍କ ଥିଲା ସେ ସମ୍ପର୍କରେ ଥିଲେ ଭିଣୋଇ । ରେବତୀଙ୍କ କହିବାନୁସାରେ ଅଶୋକଙ୍କୁ ରାସ୍ତାରୁ ହଟାଇଥିଲେ ଉପେନ୍ଦ୍ର ଯାଦବ। ଏ ସମସ୍ତ କଥା ପୋଲିସ୍ ଆଗରେ ସ୍ୱିକାର କରିଛି ରେବତୀ। ରେବତୀ ଏବେ ପୋଲିସ୍ ହେପାଜତ୍ରେ । ବିହାରର ଗୟାରେ ଏ ବିଷୟ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଅଧିକ ପଢନ୍ତୁ ଭାରତ ଖବର