କେନ୍ଦ୍ର ମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ପୂର୍ବରୁ ମୁଖ୍ୟ ଶାସନ ସଚିବ ଦେଇଥିବା ବୟାନକୁ ନେଇ ପ୍ରଶ୍ନବାଣରେ ପୋତି ପକାଇଛନ୍ତି ବିଜେପି ନେତ୍ରୀ । କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଯେଉଁ ନୂଆ ପଲିସ ହେଲା, ସେଥିରେ ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ ଓ ସଦ୍ୟ ନିଲାମ ହୋଇଥିବା ଖଣି ଅଂଶ ବାବଦକୁ ଓଡିଶା 7857 କୋଟି ଟଙ୍କା ଦିଆଯାଇଥିବା କଥାକୁ ମୁଖ୍ୟ ଶାସନ ସଚିବ ସ୍ୱୀକାର କି ବୋଲି ପ୍ରଶ୍ନ କରିଛନ୍ତି । ଖାଲି ସେତିକି ନୁହେଁ, ପ୍ରମିୟମ ବାବଦକୁ 150 ପ୍ରତିଶତ ହିସାବରେ ହଜାର ହଜାର କୋଟି ଟଙ୍କା କେନ୍ଦ୍ର ସରକାର ଦେଇଛନ୍ତି କି ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଏପରିକି ଶାହ କମିଶନ ଗଠନ ପରେ ଓଡିଶା ସରକାର ଖଣି ଦୁର୍ନୀରେ ଫାଇନ ଆଦାୟ କରିବାକୁ କୁଣ୍ଠାପ୍ରକାଶ କରୁଥିଲେ । ସୁପ୍ରିମ କୋର୍ଟଙ୍କ ହସ୍ତକ୍ଷେପ ପରେ କେବଳ ମୋଦୀ ସରକାରଙ୍କ ସମୟରେ ଓଡିଶା ସରକାର ଜରିମାନା ବାବଦରେ 17 ହଜାର 576 କୋଟି ଟଙ୍କା ପାଇଛନ୍ତି । ଏହାକୁ କାହିଁକି ରାଜ୍ୟ ସରକାର ସ୍ୱୀକାର କରୁ ନାହାଁନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।
The Odisha Ch Secy @SecyChief is now advising GoI to increase coal royalty. Will he not accept that due to new policies of @narendramodi Govt Odisha has received ₹ 7857 crore for Dist Mineral Fund & in recent mining auctions, a premium upto 150% running into thousands of crores? pic.twitter.com/aLHFdy9Fog— Lekha Samantsinghar (@DrLekhaShree) February 27, 2020
ଆସନ୍ତାକାଲି ଭୁବନେଶ୍ୱରରେ ଅନୁଷ୍ଠିତ ହେବ ପୂର୍ବାଞ୍ଚଳ ଜୋନାଲ୍ ପରିଷଦ ବୈଠକ । ଓଡିଶା ହେଉଛି ହୋଷ୍ଟ ରାଜ୍ୟ । ଏଥିରେ କୋଇଲା ରୟାଲିଟି, ରାଜ୍ୟର ୧୧ ହଜାର ଗାଁରେ ମୋବାଇଲ ସେବା ଉପଲବ୍ଧ ନଥିବା, ସବୁ ପଞ୍ଚାୟତରେ ବ୍ୟାଙ୍କିଂ ସେବା ଓ କ୍ଲିନ୍ ଏନର୍ଜି ସେସ୍ ପ୍ରସଙ୍ଗରେ ଓଡ଼ିଶା ସରକାର କେନ୍ଦ୍ର ନିକଟରେ ଦାବି ଉପସ୍ଥାପନ କରିବେ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।