ସେପଟେ ମାଲକାନଗିରିରେ କ୍ୟାମ୍ପେନ କରିଛନ୍ତି ବିଜେପିର ଫାୟାର ବ୍ରାଣ୍ଡ ନେତା ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ପାଣ୍ଡିଆନଙ୍କୁ ଟାର୍ଗେଟ କରି ହିମନ୍ତ କହିଛନ୍ତି, ନବୀନ ବାବୁ ସାଢେ ୪ କୋଟି ଓଡ଼ିଆଙ୍କୁ ନୁହଁ ବରଂ ଜଣଙ୍କୁ ଭଲ ପାଉଛନ୍ତି । ସେ ହେଉଛନ୍ତି ପାଣ୍ଡିଆନ । ମୋଦି ଗ୍ୟାରେଣ୍ଟିରେ ଗ୍ୟାରେଣ୍ଟି ଅଛି ବୋଲି କହିଛନ୍ତି ହିମନ୍ତ । ମାଲକାନଗିରି ପରେ ଗଞ୍ଜାମ ଖଲ୍ଲିକୋଟରେ ପ୍ରଚାର କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ।
ଅଧିକ ପଢନ୍ତୁ : ବିଜେପି ଫୋକସରେ ଓଡ଼ିଶା
ସେହିପରି ଆଜି ଦ୍ବିତୀୟ ଦିନରେ କୋରାପୁଟ ଲକ୍ଷ୍ମୀପୁରରେ ପ୍ରଚାର କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ । ୧୨ ତାରିଖରେ ପୁଣି ଥରେ ଅମିତ ଶାହଙ୍କ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଆଗକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନିଙ୍କଠୁ ନେଇ ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ ହେମାମାଳିନୀଙ୍କ ଭଳି ଆଗ ଧାଡ଼ିର ନେତା ଓଡିଶା ଆସି ପ୍ରଚାର କରିବାର ରହିଛି କାର୍ଯ୍ୟକ୍ରମ ।