ଏହାସହ ଏହି ବର୍ବରତା ପଛରେ ପୋଲିସ ମଧ୍ୟ ଶାସକ ଦଳକୁ ସହାୟତା ପ୍ରଦାନ କରୁଛି ।ବିଜୁ ଜନତା ଦଳ ପାଇଁ ପୋଲିସ କାମ କରୁଛି ବୋଲି ସିଧା ସିଧା ଅଭିଯୋଗ କରିଛି ଦଳ। ଦୁଇ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀଙ୍କ ପ୍ରାଇଭେସି ଫୋଟ ଉଠାଇ ଗୁଇନ୍ଦା ଗିରି କରୁଛି ପୋଲିସ। ଏପରି ସ୍ଥଳେ ସ୍ପଷ୍ଟ ହେଉଛି କି ଧାମନଗର ଉପନିର୍ବାଚନରେ ପରାଜୟ ପରେ ଆକ୍ରୋଶ ମୂଳକ ହୋଇ ପଡିଛି ବିଜେଡି। ତେବେ ଏହି ସଂକ୍ରାନ୍ତରେ ପୋଲିସ ଡିଜି ଙ୍କୁ ଭେଟି ବରଗଡ଼ ଏସ୍ପିଙ୍କ ବଦଳି ଦାବି କରିଛନ୍ତି ବିଜେପି ପ୍ରତିନିଧି ମଣ୍ଡଳୀ। ଆଉ ଏହି ଦିଗରେ ନିଶ୍ଚୟ ଦୃଷ୍ଟି ଦିଆଯିବା ନେଇ ପୋଲିସ ଡିଜି ସ୍ପଷ୍ଟ କରିଥିବା କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।
ନିଜର ଦମ୍ଭ ଦର୍ଶନ କରି ଏପରି ଆଚରଣ କରୁଛି ବିଜେଡି

ଅର୍ଗସ ବ୍ୟୁରୋ: ପଦ୍ମପୁର ଉପ-ନିର୍ବାଚନରେ ଶାସକ ଦଳର ହିଂସାତ୍ମକ ମନୋଭଵକୁ ନେଇ ପୋଲିସ ଡିଜିଙ୍କୁ ଭେଟିଲା ବିଜେପି ବିଧାୟକ ପ୍ରତିନିଧି ମଣ୍ଡଳ। ନିର୍ବାଚନକୁ ଆଉ କିଛି ଦିନ ବାକି ରହିଥିବା ବେଳେ ନିଜର ଦମ୍ଭ ଦର୍ଶନ କରି ଏପରି ଆଚରଣ କରିଛି ବିଜୁ ଜନତା ଦଳ। ଏଭଳି କିଛି ଅଭିଯୋଗ କରିଛି ବିଜେପି । ଗୋଟିଏ ନୁହେଁ ବରଂ ଚାରୋଟି ଏପରି ଘଟଣା ସାମ୍ନାକୁ ଆସିଛି। ଯାହା ଏକ ସୁସ୍ଥ ରାଜନୀତି ର ପରିଚୟ ଦେଉନାହିଁ।
Download Argus News App
