ଅଧିକ ପଢନ୍ତୁ ଓଡ଼ିଶା ଖବର
ଓଡ଼ିଶା ସରକାର ନିଜେ ଅସୁସ୍ଥ ହୋଇ ଭୁବନେଶ୍ଵର ଲୋକଙ୍କୁ ଅସୁସ୍ଥ କରୁଛନ୍ତି । ଖଣ୍ଡଗିରି ପାହାଡ ଠାରୁ ଉଚ୍ଚ ହେଲାଣି ଅଳିଆ ପାହାଡ । ଡେଙ୍ଗୁରେ ଏତେ ଲୋକ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିବାର ମୁଖ୍ୟ କାରଣ ହେଉଛି ଏଭଳି ଅସ୍ୱାସ୍ଥ୍ୟକର ପରିବେଶ ବୋଲି କହିଛନ୍ତି ମନମୋହନ ସାମଲ । ଭୁବନେଶ୍ୱର ଲୋକ ଗାଡକଣ ଡମ୍ପିଂୟାର୍ଡ ପାଇଁ ଅସ୍ୱାସ୍ଥ୍ୟକର ବାତାବରଣରେ ତ୍ରାହି ତ୍ରାହି ଡାକୁଛନ୍ତି । ବିଜେପିର ସତ୍ୟାଗ୍ରହ ଚତୁର୍ଥ ଦିନରେ ପହଞ୍ଚିବା ସତ୍ତ୍ୱେ ସରକାରଙ୍କର ନିଦ ଭାଙ୍ଗୁ ନାହିଁ । ନିଦାବିଷ୍ଣୁ ପାଲଟିଛନ୍ତି ସରକାର ।
କେନ୍ଦ୍ର ସରକାର ହାଜର ହାଜର କୋଟି ଟଙ୍କା ଅନୁଦାନ ଦେଉଛନ୍ତି । ସ୍ମାର୍ଟ୍ ସିଟି, ସ୍ଵଚ୍ଛ ଭାରତ ନାଁରେ ଆସୁଛି ପର୍ଯ୍ୟାପ୍ତ ଟଙ୍କା । କିନ୍ତୁ ସେ ଅର୍ଥ ଯାଉଛି କୁଆଡେ ? କାହା ସ୍ଵାର୍ଥରେ ବିଏମସି ମେୟର ଏବଂ କମିଶନର ? କୁଆଡେ ହଜି ଗଲେ ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳର ୩ ବିଜେଡି ବିଧାୟକ ? ଦିନକୁ ଦିନ ଡମ୍ପିଂ ୟାର୍ଡରେ ଆବର୍ଜନାର ପରିମାଣ ବଢିବାରେ ଲାଗିଛି । ଊତ୍କଟ ଗନ୍ଧ ସହ, ଅସ୍ଵାସ୍ଥ୍ୟକର ପରିବେଶ ପାଇଁ ଡେଙ୍ଗୁ ଭଳି ନାନା ରୋଗ ବ୍ୟାପୁଛି । ନିକଟରେ ଥିବା ଜନବସତି, ସ୍କୁଲ, ମନ୍ଦିର ସବୁଠି ଅସହ୍ୟ ପରିସ୍ଥିତି । ତେବେ ବିଜେପି ଦାବି ଏବଂ ଜନସାଧାରଣଙ୍କ ଅସୁବିଧା ଉପରେ ସରକାର କେବେ ନଜର ଦେଉଛନ୍ତି ତାହା ଉପରେ ରହିଛି ନଜର ।