ଅର୍ଗସ ବ୍ୟୁରୋ : ଓଡ଼ିଶା ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେପି । ନିର୍ବାଚନକୁ ଦୃଷ୍ଟିରେ ରଖି ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ଘୋଷଣା କରିଛନ୍ତି ବିଜେପି କେନ୍ଦ୍ରୀୟ ନେତୃତ୍ବ । ଉଭୟ କେନ୍ଦ୍ରୀୟ ନେତୃତ୍ବ ଏବଂ ରାଜ୍ୟ ନେତୃତ୍ବଙ୍କ ସମେତ କିଛି ସିନେ ଷ୍ଟାରଙ୍କୁ ପ୍ରଚାରକ ତାଲିକାରେ ରଖାଯାଇଛି । ଓଡ଼ିଶା ପାଇଁ ଜାରି ଷ୍ଟାର ପ୍ରଚାରକ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି ୪୦ ଜଣିଆ ଷ୍ଟାର କ୍ୟାମ୍ପେନରେ ରହିଛନ୍ତି ଓଡ଼ିଶାର ୪ ଅଭିନେତା ଓ ଅଭିନେତ୍ରୀ ନାମ । ସେମାନେ ହେଲେ ଅନୁଭବ ମହାନ୍ତି, ଶ୍ରୀତମ ଦାସ, ହରିହର ମହାପାତ୍ର ଓ ପିଙ୍କି ପ୍ରଧାନଙ୍କ ନାମ ରହିଛି । କିଛିଦିନ ତଳେ ବିଜେପିରେ ଯୋଗଦେଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଯାଇ ଧରିଥିଲେ ପଦ୍ମ ଅନୁଭବ ।