ଅଧିକ ପଢନ୍ତୁ: ମଣ୍ଡି ବ୍ୟବସ୍ଥାର ପୋଲ ଖୋଲିଲା ସମବାୟ ସମିତି ରେଜିଷ୍ଟ୍ରାରଙ୍କ ରିପୋର୍ଟ
ବିଜେପି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର କହିଛନ୍ତି ବିଜେଡି ଚୋର ମଚେୟା ସୋର । ବିଜେଡି 10 କିଲୋ ଚାଉଳ ଚୋରି କରିଛି । 2009 ରୁ 35 କେଜି ଦେଉଥିଲା ହେଲେ ରାଜ୍ୟ 25 କେଜି ଦେଲା । ତେଣୁ 10 କିଲୋ ଚୋରି କଲେ । କୋଭିଡ ସମୟରେ ମାଗଣାରେ 5 କେଜି ଚାଉଳ, 1 କିଲୋ ଡାଲି ଦେଉଥିଲେ । ଅସୁବିଧା ପାଇଁ ରିଲିଫ ଦିଆଯାଇଥିଲା । କୋଭିଡ ପ୍ରଭାବ କମିଲା ରିଲିଫ ବନ୍ଦ ହେଲା । ଏବେ ମାଗଣାରେ 5 କିଲୋ ଚାଉଳ କେନ୍ଦ୍ର ଦେଉଛି । ତେଣୁ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି । ମିଥ୍ୟା ଆଶ୍ରୟ ନେଉଛି ଦଳ । ଏଥିପାଇଁ 8400 କୋଟି ଖର୍ଚ୍ଚ ହେଉଛି । ରାଜ୍ୟର 1235 କୋଟି ବଞ୍ଚି ଯାଉଛି । ରାଜ୍ୟ ତା ନିଜ ସ୍କିମ୍ ପାଇଁ ମାତ୍ର 185 କୋଟି ଦେଉଛି ।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ