The above info I shared about the missing ODRAF person as received from my office appears to be wrong. One decomposed body that is found is not identified by the family. Mr Murmu’s body not yet traced. Wrong info shared is deeply regretted. — Pradeep Jena IAS (@PradeepJenaIAS) September 25, 2021
ପୂର୍ବରୁ ମିଳିଥିବା ମୃତଦେହଟି ନିଖୋଜ ଯବାନଙ୍କର ବୋଲି କହିଥିଲେ ଏସଆରସି । କିନ୍ତୁ ସୀତାରାମଙ୍କ ପରିବାର ଲୋକ ତାଙ୍କୁ ଚିହ୍ନଟ କରିନାହାନ୍ତି । ଏନେଇ ଏସଆରସି କହିଛନ୍ତି, ମୋ କାର୍ଯ୍ୟାଳୟରୁ ପ୍ରାପ୍ତ ନିଖୋଜ ODRAF ବ୍ୟକ୍ତିଙ୍କ ବିଷୟରେ ଉପରୋକ୍ତ ସୂଚନା ମୁଁ ଭୁଲ୍ ମନେ କରୁଛି । ଶ୍ରୀ ମୁର୍ମୁଙ୍କ ଶରୀର ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ। ଭୁଲ ସୂଚନା ଦେଇଥିବାରୁ ଦୁଃଖିତ ବୋଲି ସେ କହିଛନ୍ତି । ଏହାସହ ଏନଡିଆରଏଫ ଅଧିକାରୀ ମଧ୍ୟ ମୃତଦେହ ସୀତାରାମଙ୍କର ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ।
ସୂଚନାଯୋଗ୍ୟ, ଅପରେସନ ଗଜରାଜ ରେ ଗତକାଲି ଏକ ବୋଟ୍ ରେ ଅପରେସନ ଆରମ୍ଭ ହୋଇଥିଲା । ଯେଉଁଥିରେ ଓଡ୍ରାଫ୍ ଟିମ୍ ର 6 ଜଣ ରହିଥିଲେ । ସେଥିମଧ୍ୟରୁ ଜଣେ ନିଖୋଜ ରହିଥିଲେ । ଏହାପରେ ଏନଡିଆରଏଫ ଟିମ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଗତକାଲିଠୁ ଖୋଜାଖୋଜି ଚାଲିଥିବାବେଳେ ଆଜି ନରାଜ ନିକଟରୁ ମୃତଦେହ ଉଦ୍ଧାର ହୋଇଥିଲା । ଏହା ସୀତାରାମ ମୁର୍ମୁଙ୍କର ବୋଲି ସନ୍ଦେହ କରାଯାଉଥିବା ବେଳେ ପରିବାର ଲୋକେ ଏହାକୁ ଚିହ୍ନଟ କରିନାହାନ୍ତି ।
ସେପଟେ ହାତୀଟି ବିଳମ୍ବିତ ରାତିରେ ମୁଣ୍ଡଳୀ ବ୍ରିଜରୁ ଭାସି ଯାଇଛି । ବର୍ତ୍ତମାନ ହାତୀ କେଉଁଠି ଅଛି କିଛି ସ୍ପଷ୍ଟ ଜଣାପଡିନାହିଁ ।