ଚର୍ଚ୍ଚା ହେଉଛି ପ୍ରଣବଙ୍କ ଖାସ୍ ଅନୁଗତ ବିଧାୟକ ବ୍ୟୋମକେଶ ରାୟ, ସୁଶାନ୍ତ ରାଉତ, ସଞ୍ଜୀବ ମଲ୍ଲିକ, ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସହ ସୁବ୍ରତ ଛାଟୋଇ ଏବଂ ପ୍ରକାଶ ମହାନ୍ତି ଏହି ବିଳାସପୂର୍ଣ୍ଣ କ୍ବାଟର୍ସକୁ ବାରମ୍ବାର ଯାଉଥିବା କୁହାଯାଉଛି । ସେପଟେ ବିଜେଡି ସାଙ୍ଗଠନିକ ସମ୍ପାଦକଙ୍କର ଏହି ବିଳାସପୂର୍ଣ୍ଣ ସରକାରୀ ବଙ୍ଗଳାର ଚିତ୍ର ସାମ୍ନାକୁ ଆସିବା ପରେ ବିଜେପି ଆଣିଥିଲା ସାଂଘାତିକ ଅଭିଯୋଗ। ଦଳ କହିଥିଲା ବବିଙ୍କ ସରକାରୀ ବାସଭବନରେ ଚାଲିଥିଲା ଖଟିଆ ସେବା! ଏହି କ୍ବାଟର୍ସ ପାଲଟିଥିଲା ରଙ୍ଗଶାଳା ମଧୁଶାଳା! ଏଠାରେ ଚାଲୁଥିଲା ସୁରାସାକୀର ଆସର! ବବିଙ୍କ ସରକାରୀ ବାସଭବନ ଥିଲା ଅନେକ କେଳେଙ୍କାରୀର ମୂକସାକ୍ଷୀ। ଏଥିରେ ଏବେ କେନ୍ଦ୍ରାପଡ଼ାବାସୀ ବି ମୋହର ମାରିଛନ୍ତି । ସାରଥିଙ୍କ ଆଶ୍ରମ ପରି ବବିଙ୍କ କ୍ବାର୍ଟସରେ ବି ରୀତିମତ କେଳେଙ୍କାରୀ ଚାଲିଥିବା ଅଭିଯୋଗ କରିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର