ଏବେ ସବୁଠି ଭିଡ ଦେଖିବାକୁ ମିଳିଛି। ଭକ୍ତମାନେ ମାର୍କେଟ ଯାଇ ସବୁ କିଛି କିଣାକିଣି କରୁଛନ୍ତି। ବାହୁଙ୍ଗି, ଢ଼ାଳ, ଭୋଗ, ଡ୍ରେସ ଏସବୁ କିଛି କିଣାକିଣି ଚାଲିଛି। ଯାହାକୁ ନେଇ ବ୍ୟବସାୟୀ ମାନେ ଖୁସି ଥିବା ଦେଖିବାକୁ ମିଳିଛି। ସେପଟେ ଲିଙ୍ଗରାଜଙ୍କ ଶ୍ରାବଣ ଯାତ୍ରା ପାଇଁ ପୋଲିସର ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ତେବେ ସମସ୍ତେ କିପରି ସୁରୁଖୁସୁରେ ଯାଇ ଜଳଲାଗି କରିପାରିବେ ସେନେଇ ପୁରା ପ୍ରସ୍ତୁତି କରାଯାଇଛି।
ଜୋରଦାର ଚାଲିଛି ବିକ୍ରିବଟା, ଶୈବପୀଠରେ ପ୍ରସ୍ତୁତି ଆରମ୍ଭ

ଅର୍ଗସ ବ୍ୟୁରୋ: ବୋଲବମ୍… ହରହର ବମ୍। ଦୀର୍ଘ ଦୁଇ ବର୍ଷ ପରେ ଶୁଭିବ ଏହି ଧ୍ୱନି। କାଉଡିଆ ଭାଇମାନେ ଶୈବପୀଠରେ ଜଳଲାଗି କରିବେ। କରୋନା ମହାମାରୀ ପାଇଁ ଦୁଇ ବର୍ଷ ହେଲା ବୋଲବମ୍ ଯାତ୍ରା ଉପରେ ଲାଗିଥିଲା କଟକଣା। ଯାହାକୁ ନେଇ ଭକ୍ତ ଏବଂ ବ୍ୟବସାୟୀ ନିରାଶ ହୋଇଥିଲେ। କିନ୍ତୁ ଚଳିତ ଥର ଏହି କଟକଣାକୁ ଉଠାଯାଇଛି। ସମସ୍ତେ ଏଥର ବୋଲବମ୍ ଯାଇପାରିବେ। ଯାହାକୁ ନେଇ ଭକ୍ତଗଣ ମଧ୍ୟ ଖୁସି ବ୍ୟକ୍ତ କରୁଛନ୍ତି। ହେଲେ ଶ୍ରାବଣମାସର ପ୍ରଥମ ସୋମବାରରେ ଭୋଳାନାଥଙ୍କୁ ଜଳଲାଗି କରିବାକୁ ଭକ୍ତଙ୍କ ପ୍ରବଳ ଭିଡ ହେବ। ଏଥିପାଇଁ ଭକ୍ତମାନେ ପୁରା ପ୍ରସ୍ତୁତି ଶେଷ କରିସାରିଲେଣି। ପୂର୍ଣ୍ଣିମା ପରଠାରୁ ଆମିଷ ଛାଡି ଶିବ ଆରାଧନରେ ମତ ବଳେଇଲେଣି।
Download Argus News App
