ଅଧିକ ପଢନ୍ତୁ ଓଡ଼ିଶା ଖବର

ପୁରୀ: ଦାଦାବଟିକୁ କେନ୍ଦ୍ର କରି ଠିକାଦାର କ୍ୟାମ୍ପରେ ବୋମା ମାଡ । ଠିକାଦାରଙ୍କ ଘର ଗୋପ ଥାନା ଅଧୀନ ସୁବର୍ଣ୍ଣପୁର ନିକଟରେ । ଟ୍ରାକ୍ଟର ଓ ଜେସିବିରେ ନିଆଁ ଲଗାଇ ଅଧା ପୋଡା କରି ଦୁର୍ବୃତ୍ତମାନେ ଚାଲିଯାଇଛନ୍ତି । ଯାହା କି ସିସି ଟିଭି କ୍ୟାମେରାରେ କଏଦ ହୋଇଛି । ସେହିପରି ଗବକୁଣ୍ଡ ବଜାର ନିକଟରେ ଠିକାଦାରଙ୍କ କ୍ୟାମ୍ପକୁ ଦୁର୍ବୃତ୍ତମାନେ ୨ଟି ଵୋମା ମାଡ କରିଥିବା ବେଳେ ସେଠାରେ ଥିବା ଠିକାଦାରଙ୍କ ଏକ ଜେସିବି, ଏକ ଟ୍ରାକ୍ଟର ଓ ଏକ କ୍ରେନକୁ ଦୁର୍ବୃତ୍ତ ମାନେ ପୋଡିଦେଇଛନ୍ତି ।
ସୂଚନା ଥାଉ କି, ଗୋପ ଅଞ୍ଚଳର ଠିକାଦାର ଉମା ଶଙ୍କର ସାହୁ ୧୮କୋଟିରୁ ଉର୍ଦ୍ଧ୍ଵ ଟଙ୍କା ବ୍ୟୟରେ ଗବକୁଣ୍ଡ ନିକଟସ୍ଥ ଭାର୍ଗବୀ ନଦୀ ଵ୍ରିଜ ଏବଂ ନିକଟସ୍ଥ ସୁଆଁଲୋ-ଢୋଲ ରାସ୍ତା ନିର୍ମାଣ କରୁଛନ୍ତି । ଏହାକୁ ନେଇ କେତେକ ଦୁର୍ବୃତ୍ତ ତାଙ୍କୁ ଦାଦାବଟି ମାଗିଥିଲେ ।
ମାତ୍ର ସେ ଦାଦା ଵଟି ନଦେବାରୁ ଗତ ନଭେମ୍ବର ୬ତାରିଖରେ ୨ଜଣ ଦୁର୍ବୃତ୍ତ ତାଙ୍କ ଘର ସୁବର୍ଣ୍ଣପୁର ଠାରେ ପହଞ୍ଚି ଉମାକୁ ୩ରାଉଣ୍ଡ ଗୁଳି ମାଡ଼ କରିଥିଲେ। ଯାହା ଫଳରେ ଉମା ଗୁରୁତର ହୋଇଥିବା ବେଳେ ୨ଦୁର୍ବୃତ୍ତଙ୍କୁ ସ୍ଥାନୀୟ ଲୋକେ କାବୁ କରି ମାଡ ମାରିବା ସହ ପୋଲିସ ଜିମା ଦେଇଥିଲେ । ହେଲେ ପୁନର୍ବାର ଗତକାଲି ବିଳମ୍ବିତ ରାତ୍ରିରେ ଏହି ବୋମାମାଡ଼ ଏବଂ ଗାଡି ପୋଡି ବେଶ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାକୁ ନେଇ ପୋଲିସ ତାର ତଦନ୍ତ ଜାରି ରଖିଛି ।

ଅର୍ଗସ ବ୍ୟୁରୋ : ଚାଷୀଙ୍କ ପାଇଁ ଖୁସି ଖବର । କାଲି ସୁଦ୍ଧା କେରଳ ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ବର୍ତ୍ତମାନ ପୂରା ବଙ୍ଗୋପସାଗରରେ ବାଦଲ ରହିଛି । ତେଣୁ ଏହା ମୌସୁମୀ ପାଇଁ ଭଲ ଖବର । ଏଥିସହ ପଶ୍ଚିମ ବାୟୁର ସକ୍ରିୟତା, ବାୟୁମଣ୍ଡଳର ମଧ୍ୟ ଯାଏ ବ୍ୟାପିଛି ।
ଅଧିକ ପଢନ୍ତୁ : ଆଉ ଏକ ସାମୁଦ୍ରିକ ଝଡ଼ର ବିପଦ ପୂର୍ବାନୁମାନ, ଏହା ଏକ ସାଇକ୍ଲୋନିକ ଝଡ଼ରେ ହେବ ପରିଣତ
ଏହା ପାଗ ଅନୁକୂଳ ସୂଚାଉଥିବାରୁ ମୌସୁମୀ କେରଳ ଛୁଇଁବା ସମ୍ଭାବନା ରହିଛି । ଓଡ଼ିଶା, ପଶ୍ଚିମବଙ୍ଗ ଉପକୂଳରେ ପାଖାପାଖି 300 କିମି ଦୂରରେ ମୌସୁମୀ ରହିଛି । ୧୫ ପରେ ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା ଥିବା ବେଳେ ଏହା ପୂର୍ବରୁ ପ୍ରାକ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି ।
