ପ୍ରେମ, ବିରହ ବିଚ୍ଛେଦ । ପ୍ରେମ କଲେ । ସ୍ୱପ୍ନ ଦେଖାଇଲେ । ଏକ ନୂଆ ଦୁନିଆ ଗଢିବାକୁ ମନରେ ଏକ ଅଭୁତପୂର୍ବ ଖୁସି ଫୁଟି ଉଠିଲା । ହେଲେ ଯେତେବଳେ ସେହି ଖୁସିକୁ ପୁରା କରିବାକୁ ଚେଷ୍ଟା କଲେ ଯେମିତି ସବୁ କିଛି ଓଲଟ ପାଲଟ ହେଇଗଲା । ମିଳିଲା ପ୍ରେମ କରିବାର ଫଳ ।
ବିବାହ କରିବାକୁ ଜିଦ୍ କରିବାରୁ ପ୍ରେମିକାକୁ 31 ଖଣ୍ଡ କରିଦେଲା ସୈତାନ ପ୍ରେମିକ । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ଗୋନା ଗ୍ରାମ ମୁରମଡିହି ଜଙ୍ଗଲରେ ବାଗବେଢ଼ା ଗ୍ରାମର ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ପ୍ରେମର ପରିଣାମ ଯେ ଏତେ ଭୟଙ୍କର ହୋଇପାରେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ତିଲାବତୀ ନାମକ ଯୁବତୀଙ୍କୁ କେହି ୩୧ ଖଣ୍ଡ କରି ପୋତି ଦେଇଥିଲା ପ୍ରେମିକ ଚନ୍ଦ୍ର ରାଉତ ଓ ତାଙ୍କ ପତ୍ନୀ ସିଆ ରାଉତ । ବିବାହିତ ଚନ୍ଦ୍ର ରାଉତଙ୍କ ସହ ଦୁଇ ବର୍ଷ ହେଲା ତିଲାବାଈଙ୍କ ପ୍ରେମ ସଂପର୍କ ଥିଲା । ବିବାହ ପାଇଁ ତିଲାବାଈ ବାରମ୍ବାର ଚାପ ପକାଉଥିଲେ ।
ଗତ ବୁଧବାର ରାତିରେ ତିଲାବାଈ କାହାକୁ କିଛି ନକହି ନିଜ ଗାଁ ଠାରୁ 10 କିମି ଦୂର ପ୍ରେମିକ ଚନ୍ଦ୍ର ରାଉତ ଘରେ ପହଞ୍ଚିଥିଲେ । ବିବାହ ପାଇଁ ପୁଣି ଚାପ ପକାଇବାରୁ ଦୁହିଁଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଶେଷରେ ତିଲାବାଈଙ୍କୁ ରାସ୍ତାରୁ ହଟାଇବାକୁ ଚନ୍ଦ୍ର ଯୋଜନା କରିଥିବାବେଳେ ସାଥ୍ ଦେଇଥିଲେ ପତ୍ନୀ । ତିଲାବାଈଙ୍କୁ ହତ୍ୟା କରି ତେନ୍ତୁଳି ଗଛ ତଳେ ଶବକୁ 31 ଖଣ୍ଡ କରି ଅଳ୍ପ ଦୂରରେ ପୋତି ଦେଇଥିଲେ ।
ସେପଟେ ପୋଲିସ ଅଟକ ଦମ୍ପତିଙ୍କୁ କୋର୍ଟ ଚାଲାଣ କରିଛି । ସେପଟେ ପୁରା ବାଗବେଡା ଆଜି କାନ୍ଦୁଛି । ନ୍ୟାୟ ମାଗୁଛି ଦୋଶୀକୁ ଫାଶୀ ଦେବାକୁ ଦାବି କରୁଛି ।