ସରକାର ଗୃହରେ ଉପସ୍ଥାପିତ କରିଥିବା ତିନୋଟି ବିଲ୍ କୁ ପ୍ରତ୍ୟାହାର କରି ନେଇଛନ୍ତି । ତେବେ ଏହି ଅଧିବେଶନ ବେଶ ସରଗରମ ରହିଥିଲା । ନବ ଦାସଙ୍କ ହତ୍ୟାକାଣ୍ଡ, 5-T ପ୍ରସଙ୍ଗ, ଅଫିସର ରାଜ୍,ସୀମା ବିବାଦ, ମହାନଦୀ ବିବାଦ, ଜାଲ ସାର୍ଟିଫିକେଟ ଭଳି ପ୍ରସଙ୍ଗକୁ ମୁଖ୍ୟ ମୁଦ୍ଦା କରିଥିଲେ ବିରୋଧୀ । ତେବେ ୬ ଦିନ ପୂର୍ବରୁ ବିଧାନସଭାକୁ ବନ୍ଦ କରିବାକୁ ସହଜରେ ଗ୍ରହଣ କରି ପାରି ନାହାନ୍ତି ବିରୋଧୀ ।
ଉଭୟ ବିଜେପି ଓ କଂଗ୍ରେସ କକ୍ଷ ତ୍ୟାଗ କରିଥିବାବେଳେ ବିଜେପି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲା । ବିଭିନ୍ନ ପ୍ରସଙ୍ଗରେ ସରକାର ଉତ୍ତର ଦେଇ ପାରୁ ନଥିବାରୁ ପଳାୟନପନ୍ଥୀ ସାଜିଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା । କଂଗ୍ରେସ ବି ଏହାକୁ ନିନ୍ଦା କରିବା ସହ ଅଗଣତାନ୍ତ୍ରୀକ ବୋଲି କହିଛି । ସେପଟେ ବିଜେଡି କହିଛି ଗୃହର ସେପରି କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ନଥିବାରୁ ବନ୍ଦ କରାଯାଇଛି ।